• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଦ୍ରକ: ଧାନ କିଣା ନଯିବାରୁ ବିଷ ପିଇଦେଲେ ଭଦ୍ରକର ଚାଷୀ। ଟୋକନ ଥିବା ସତ୍ତ୍ୱେ SHG ଧାନ ନ କିଣିବାରୁ ଚରମ ପଦକ୍ଷେପ ନେଇଛନ୍ତି ରାମକୃଷ୍ଣ ପଣ୍ଡା। ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର SHG ଗ୍ରୁପ ବିରୋଧରେ ଧାନକିଣା ଅନିୟମିତତା ହୋଇଥିବା କହି ପଞ୍ଚାୟତ ଅଫିସ୍ ଆଗରେ ସେ ବିଷ ପିଇ ଦେଇଛନ୍ତି। ବାରମ୍ବାର ଗୁହାରି ସତ୍ତ୍ୱେ ଧାନ କିଣା ଯାଇନଥିବା ଅଭିଯୋଗ ହୋଇଛି। ତେବେ ଗୁରୁତର ତାଙ୍କୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

ସେପଟେ ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ଝାରସୁଗୁଡାରେ ତାତିଲେ ଚାଷୀ। ରାସ୍ତା ଉପରେ ବସ୍ତା ଧାନ ରଖି ଆନ୍ଦୋଳନ କରିଛନ୍ତି। ସୀମାନ୍ତ ଅଂଚଳର ରେମତା, ଚାରପାଲି ଓ କନକତୋରା ସମବାୟ ସମିତିର ଚାଷୀ ଏହି ଆନ୍ଦୋଳନ କରୁଛନ୍ତି। ୪୯ ନମ୍ବର ଜାତୀୟ ରାଜପଥ ଉପରେ ଧାନ ରଖି ଚାଷୀ ଆନ୍ଦୋଳନ ଚଳାଇଛନ୍ତି। ଗତ ୨୩ ତାରିଖଠାରୁ ଆନ୍ଦୋଳନ ଚଳାଇଛନ୍ତି। ଚାଷୀ ଚାଷୀଙ୍କ ସମସ୍ୟା ନେଇ  ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅବଗତ ସତ୍ତ୍ୱେ ସମସ୍ୟା ସମାଧାନ କରିବାରେ ପ୍ରଶାସନ ବିଫଳ ହେବାରୁ ଏପରି ପଦକ୍ଷେପ ନେଇଥିବା ଚାଷୀମାନେ କହିଛନ୍ତି। ଘଟଣାସ୍ଥଳକୁ ଝାରସୁଗୁଡା ଉପଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ,ସମବାୟ ଅଧିକାରୀ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଚାଷୀମାନେ କିଛି ମାନି ନଥିଲେ। ଅନ୍ୟପଟେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ରେ ଶହ ଶହ ଭାରିଯାନ ଅଟକି ରହିଥିଲା।

ସେହିପରି ଭଦ୍ରକରେ ମଧ୍ୟ ରାଜପଥ ଉପରେ ଧାନବସ୍ତା ରଖି ବିକ୍ଷୋଭ କରିଛନ୍ତି ଚାଷୀ। ଧାନ କିଣାରେ ଅନିୟମିତତା ଅଭିଯୋଗ କରି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଭଦ୍ରକ ବସନ୍ତିଆ ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ ଆସିଛି। ପ୍ରତିବାଦ କରି ଭଦ୍ରକ ବସନ୍ତିଆ ଛକ ନିକଟରେ ରାସ୍ତାରୋକ କରିଛନ୍ତି ଚାଷୀ। ଚାଷୀଙ୍କୁ ଟୋକନ ମିଳିଥିଲେ ମଧ୍ୟ ଧାନ କିଣାଯାଉନଥିବା ଅଭିଯୋଗ ହୋଇଛି। ଅନେକ ଚାଷୀଙ୍କ ଟୋକନ ମଧ୍ୟ ବାତିଲ କରାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଦଲାଲଙ୍କୁ ପ୍ରଶ୍ରୟ ଦେଇ ସମବାୟ ସମିତି ସେମାନଙ୍କ ଠାରୁ ଧାନ କିଣୁଥିବା ଚାଷୀ କହିଛନ୍ତି। ରାସ୍ତାରୋକ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଯାତାୟତ ବାଧାପ୍ରାପ୍ତ ହୋଇଛି ଶହ ଶହ ସଂଖ୍ୟାରେ ଗାଡି ରାସ୍ତାରେ ଅଟକି ରହିଛି ।

Farmer-attempt-suicide-in-bhadrak
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories