ପୁରୀ(ମଧୁସୂଦନ ମିଶ୍ର): ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ପୁରୀ ଜିଲ୍ଲା ସତ୍ୟବାଦୀ ଓ ବ୍ରହ୍ମଗିରିରେ ଇଭିଏମ୍ ଭଙ୍ଗା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।
ବ୍ରହ୍ମଗିରି କମାଶାସନର ବୁଥ ନମ୍ବର ୨୨୨ରେ ଗୋଟିଏ ଇଭିଏମ୍କୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ବେଳେ ସତ୍ୟବାଦୀ ବୀରକିଶୋରପୁରରେ ୨ଟି ଇଭିଏମ୍ ଭାଙ୍ଗି ଦେଇଛନ୍ତି। ଏନେଇ ଦୁଇ ବୁଥ୍ର ପ୍ରିଜାଇଡିଂ ଅଫିସର ଥାନାରେ ଏତଲା ଦେଇଛନ୍ତି।
ପ୍ରିଜାଇଡିଂ ଅଫିସର ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଫର୍ମାଟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଇଭିଏମ୍ ଭଙ୍ଗା ଘଟଣା ନେଇ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
https://youtu.be/HybMiRP_wjg