ଯାଜପୁର: ଯାଜପୁର ଜିଲ୍ଲା ବରୁଆଁରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ଲାକ୍ ରୋଜ୍ ଜାହାଜ କଥା ଉଠାଇଛନ୍ତି ।
ସେ କହିଛନ୍ତି, ଏହି ଅଞ୍ଚଳର ଜନ ପ୍ରତିନିଧି ଜଣେ ଦୁର୍ନୀତିଗ୍ରସ୍ତ ନେତା। ସେ ହେଉଛନ୍ତି ବ୍ଲାକ୍ ରୋଜ୍ ଦୁର୍ନୀତିର ମୁଖ୍ୟ ଖଳନାୟକ। ଦୁର୍ନୀତି ପାଇଁ ସେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିଲେ। ସେପରି ନେତାଙ୍କୁ ଲୋକେ ଆଉ ଭୋଟ୍ ଦେବେ ନାହିଁ। ସେମିତି ସମସ୍ତ ନେତା ହାରିବେ ବୋଲି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।
https://youtu.be/wl5xQIBRVVk