• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ନେଇ ଆଜି ଶୁଣାଣି ହେବ। ଗତ ସୋମବାର ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପ୍ରଥମେ ପିପିଲି ଜେଏମ୍ଏଫ୍‌ସି କୋର୍ଟ ଓ ପରେ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା।

ତେବେ ମହାରଥୀଙ୍କ ଜାମିନ ଖାରଜ ହେବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। କିନ୍ତୁ ସେ ଅସୁସ୍ଥ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ପୁଣି ଥରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ।

ସୂଚନା ଅନୁଯାୟୀ, ମହାରଥୀଙ୍କ ଫାର୍ମ ହାଉସରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ଖବର ପାଇ ଚଢାଉ ପାଇଁ ଯାଇଥିବା ଫ୍ଲାଇଂ ସ୍କ୍ୱାଡ୍‌ର ମାଜିଷ୍ଟ୍ରେଟ ଓ ଅନ୍ୟ ସଦସ୍ୟଙ୍କୁ ଆକ୍ରମଣ ହୋଇଥିଲା। ନିଜେ ମହାରଥୀ ଓ ତାଙ୍କ ସମର୍ଥକମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଥିଲା।

https://youtu.be/Hw3SsRvqSaM

Other Stories