• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କୋରାପୁଟ: କୋରାପୁଟ ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜିଲ୍ଲାର କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି।   ସ୍ୱାସ୍ଥ୍ୟ ବିଭାଗ ACSଙ୍କ ସହ କୋରାପୁଟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

କୋଭିଡ୍ ହସ୍ପିଟାଲ ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ୨ ମାସ ଭିତରେ କୋରାପୁଟରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । କୋରାପୁଟରେ କୋଭିଡ ସ୍ଥିତି କମ୍ ଅଛି । ସଂକ୍ରମଣ ସଂଖ୍ୟା କମୁଛି।

ଜିଲ୍ଲାରେ କରୋନା ସଂକ୍ରମଣ ୨୦ ପ୍ରତିଶତରୁ ଖସି ୧୩ ପ୍ରତିଶତରେ ରହିଛି । ଜିଲ୍ଲାର ଏକ ଘରୋଇ ମେଡିକାଲକୁ କୋଭିଡି ହସ୍ପିଟାଲ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହା ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ। ନବରଙ୍ଗପୁର ଜିଲ୍ଲାରେ ଦୈନିକ ୨ଶହରୁ ୩ଶହ ମଧ୍ୟରେ ପଜିଟିଭ ସଂଖ୍ୟା ରହୁଥିବାରୁ ସରକାର ଚିନ୍ତା ପ୍ରକଟ କରିଛନ୍ତି l ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ କରୋନା ସ୍ଥିତି ନେଇ ସମୀକ୍ଷା କରିଥିଲେ

ସୂଚନାଥାଉ କି,  ରାଜ୍ୟରେ ୨୪ ଘଣ୍ଟାରେ  ୮୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ  ୪୬୫୫ ଲୋକାଲ କଣ୍ଟାକ୍ଟ ଥିବାବେଳେ ୩୬୫୮ କ୍ୱାରେଣ୍ଟିନେର ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଆଜି କୋରାପୁଟରୁ ୧୯୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ  ନବରଙ୍ଗପୁରରୁ ୨୦୫ କରୋନା ରୋଗୀ ବାହାରିଛନ୍ତି। ସେହିପରି ରାଜ୍ୟରୁ ଆଜି ୩୫ ଜଣ କରୋନା ରୋଗୀ ଆଖି ବୁଜି ଥିବାବେଳେ ନବରଙ୍ଗପୁରରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଥାଉ କି, ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ କାବୁ କରିବା ପାଇଁ ପ୍ରଥମେ ମେ’ ୫ରୁ ୧୯ ଯାଏଁ ଲକ୍‌ଡାଉନ ଘୋଷଣା ହୋଇଥିଲା, ଯାହାକୁ ପରେ ଜୁନ୍ ୧ ଯାଏଁ ଏବଂ ଏବେ ପୁଣି ଜୁନ୍ ୧୭ ଯାଏଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି।

Chief-secretary-suresh-mohapatra-on-a-visit-to-koraput
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories