• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ଟଣାଓଟରା ଭିତରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର ସମାଧାନ ଉଦ୍ୟମ କରାଯାଇଛି। ୬୦ ନମ୍ବର ଜାତୀୟ ରାଜପଥର ଅଙ୍ଗୁଆ ନିକଟରେ ଆରମ୍ଭ ମାପଚୁପ ହୋଇଛି। ଚିହ୍ନଟ ହୋଇଥିବା ରେଫରେନ୍ସ ପଏଣ୍ଟରୁ ପଶ୍ଚିମ ବଙ୍ଗର କେଉଁ ଅଂଚଳ ଏବଂ ଓଡ଼ିଶାର କେତେ, ସେନେଇ ଅନୁଧ୍ୟାନ କରିଛନ୍ତି ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ। ସୀମା ନିର୍ଦ୍ଧାରଣ ନେଇ ତିଆରି ମ୍ୟାପ୍ ଅନୁସାରେ ଲାଇନ୍ କରାଯାଇଥିବା ଦେଖିବାକୁ ମିଳିଛି।

ସୀମାର ଓଡିଶା ପଟକୁ ୯ଟି ଗାଁ ଏବଂ ପଶ୍ଚିମବଙ୍ଗ ପଟକୁ ୧୩ଟି ଗାଁକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଛି। ଦୁଇ ରାଜ୍ୟକୁ ଅଲଗା କରୁଛି ସୁବର୍ଣ୍ଣରେଖା ନଦୀ। ଜଳେଶ୍ୱର ବ୍ଳକର ମାକିଡିଆ ଓ କୁଅଁରପୁର ଗାଁରେ ବାଲି ଖାଦନକୁ ନେଇ ୨୦୧୮ରେ ହୋଇଥିଲା ବୈଠକ।

ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲଙ୍କ ନିର୍ଦ୍ଦେଶରେ ଏହି ବିବାଦର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି। ପଶ୍ଚିମ ମେଦିନିପୁରର ସର୍କିଟ ହାଉସରେ ସ୍ଥିର ହୋଇଛି ସୀମା ନିର୍ଦ୍ଧାରଣର ରୂପରେଖ। ଏହାପରେ ଫିଲ୍ଡକୁ ଯାଇ ଉଭୟ ପକ୍ଷର ଅଧିକାରୀ ଅନୁଧ୍ୟାନ କରିବା ସହ ଡିଜିଟାଲ ଭର୍ଚୁଆଲ ଲାଇନରେ ସୀମା ସ୍ଥିର ହୋଇଛି। ପୂର୍ବରୁ ବିବାଦୀୟ ଅଂଚଳରେ ଏରିଏଲ ସର୍ଭେ ହୋଇସାରିଥିବାରୁ ଜିଓ ଟ୍ୟାଗିଂ ଦ୍ୱାରା ସୀମା ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ମଧ୍ୟ ରହିଛି।

ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ୱର ଜିଲ୍ଲାର ଏଡ଼ିଏମ। ସେ କହିଛନ୍ତି ଯେ, ଯେଉଁ ଗାଁ ଗୁଡ଼ିକକୁ ନେଇ ସୀମା ବିବାଦ ଲାଗି ରହିଛି ତେଣୁ ତାହାକୁ ନେଇ ଆଲୋଚନା ଚାଲିଛି। ଖୁବଶୀଘ୍ର ଏନେଇ ବୈଠକ ହେବ ବୋଲି ସେ କହିଛନ୍ତି।

ସେପଟେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ,  ସୀମା ବିବାଦ ଉପରେ ମନ୍ତ୍ରୀଙ୍କ ଉତ୍ତର ସ୍ପଷ୍ଟ ନଥିଲା। ଗୃହରେ ଭୁଲ ତଥ୍ୟ ଦେଇଛନ୍ତି ମନ୍ତ୍ରୀ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଏପଟେ ବିରୋଧୀ ବିଜେପି ଦଳର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ସୀମାକୁ ସୁରକ୍ଷିତ ରଖିବା ଲାଗି କିଏ ମନା କରୁଛି? କେବଳ କୋଟିଆ ନୁହେଁ ବରଂ ରାଜ୍ୟର ଚାରିପାଖରେ ସୀମା ବିବାଦ ଦେଖାଗଲାଣି।

ଆଉ ଏହା ଉପରେ ଶାସକ ଦଳର ବିଧାୟକ ଅନନ୍ତ ଦାସ ବି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସୀମାକୁ ନେଇ କଣ କରାଯାଇପାରିବ ତାହାକୁ ଚିନ୍ତା କରାଯାଉଛି। ଏହା ଲାଗି ଏକ କମିଟି ହୋଇଥିବା ନେଇ ସେ କହିଛନ୍ତି।

ଏପଟେ କୋଟିଆ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ସଦସ୍ୟ। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଯାହା ପଦକ୍ଷେପ ନେଇଛନ୍ତି ତାହା କେବଳ ଲୋକଦେଖାଣିଆ ବୋଲି କହିଛନ୍ତି। ବିବାଦର ସମାଧାନ ଲାଗି ସର୍ବଦଳୀୟ ବୈଠକ ଡାକିବାକୁ ସେ ଦାବି କରିଛନ୍ତି। ଖାଲି ସେତିକି ନୁହେଁ, ସବୁଦଳର ନେତା କୋଟିଆ ଯାଇ ସେଠାକାର ଲୋକଙ୍କ ସହ ଆଲୋଚନା କରିବା ସହ ଅଫିସର ମାନଙ୍କ ମନୋବଳ ବଢାନ୍ତୁ ବୋଲି ସେ ଗୃହରେ ଦାବି କରିଛନ୍ତି।


ଭୁବନେଶ୍ୱରରୁ ହରିହର ଚାନ୍ଦ ଓ ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ

Border-tenson-with-west-bengal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories