ଲୋୟର ପିମଜିରେ ୧୪୪ ଧାରା ଜାରି କରାଯିବ । CCTV ସରଭିଲାନସ ଦ୍ବାରା ବିଧାନସଭା ଓ ତାକୁ ଲାଗିରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ । ଏହା ସହିତ ସମ୍ପୂର୍ଣ୍ଣ ପୋଲିସ୍ ପ୍ରଶାସନର କଡ଼ା ନଜରରେ ରହିବ ବିଧାନସଭା ।
ମୋଟର ଯାନର ଷ୍ଟ୍ରକଚର୍ ପରିବର୍ତ୍ତନ କରି ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ମୋଟର ଯାନ ଆଇନର ଧାରା 190 (2) ଏବଂ ଧାରା 182 (କ) (4) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଲାଗୁ କରାଯିବ । ଏହାସହ ଏପରି ଯାନଗୁଡ଼ିକର ଫିଟନେସ୍ ଓ ପଞ୍ଜିକରଣ ପ୍ରମାଣପତ୍ର ବାତିଲ କରିବାକୁ ମୋଟର ଯାନ ଆଇନର ଧାରା 53 ଓ 56 (4)ର ବ୍ୟବହାର କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ନିମାପଡ଼ାରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ ହେଉଛି । ଏହି ଅବସରରେ ମେଗା ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନିମାପଡ଼ା ଏନଏସି ଦ୍ବାରା ଆୟୋଜିତ ବୃକ୍ଷରୋପଣ ଓ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଯାୟୀ ମେଗା ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିବା ସହ ସଫେଇ ଅଭିଯାନ ଆରମ୍ଭ କରି ସ୍ବଚ୍ଛତାର ବାର୍ତ୍ତା ବାଣ୍ଟିଛନ୍ତି ।
ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ନିଖୋଜ ମାମଲାରେ ସନ୍ଦେହ ଘେରରେ ଥିଲା ଦୀପକ ରାଉତ। ଘଟଣାରେ ପୋଲିସ ଦୀପକକୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି । ଶୁଭମିତ୍ରାଙ୍କ ବାପା ମଧ୍ୟ ଦୀପକଙ୍କୁ ସନ୍ଦେହ କରି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ତେବେ ଶୁଭମିତ୍ରା ନିଖୋଜ ହେବାର 12 ଦିନ ପରେ ବି ପୋଲିସ ଏ ପର୍ଯ୍ୟନ୍ତ କୌଣସି ସଠିକ୍ ଖବର ଦେଇପାରୁନଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ସେପଟେ ସାମ୍ନାକୁ ଆସିଛି ଶୁଭମିତ୍ରାଙ୍କୁ ଏକ କାର ଯୋଗେ ଦୀପକ କେନ୍ଦୁଝର ତାରିଣୀ ମନ୍ଦିର ନେଇ ଯାଇଥିଲେ ।
ନାଲକୋରେ ଚାକିରି ଦେବାକୁ କହି ଚାକିରି ଆଶାୟୀଙ୍କ ଠାରୁ ୨୦୨୧ ମସିହାରେ ୧୮ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ରହିଛି । ପ୍ରତିବଦଳରେ ସେ ଚାକିରି ଆଶାୟୀଙ୍କୁ ଜାଲ ଡକ୍ୟୁମେଣ୍ଟ ଦେଇଥିଲା । ଫେକ୍ ଆପଏଣ୍ଟମେଣ୍ଟ ଲେଟର, ଜଏନିଂ ଲେଟର, ଗେଟ ପାସ ଦେଇଥିବା ଅଭିଯୋଗ ହୋଇଛି ।
ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏଥର ଏକ ସନ୍ନ୍ୟାସୀ ଉପାଖ୍ୟାନ ଲେଖିଛନ୍ତି, ଯାହା କି ପରୋକ୍ଷରେ ବିଜେଡିରୁ ସନ୍ନ୍ୟାସ ନେଇଥିବା ଭି.କେ. ପାଣ୍ଡିଆନଙ୍କ ଆଡକୁ ନିଶାନା ବୋଲି ଚର୍ଚ୍ଚା ହେଉଛି। ସନ୍ନ୍ୟାସ ଏବଂ ସନ୍ୟାସୀ ଉପରେ ଆଧାରିତ ଏକ ୱେବ ସିରିଜ୍ ଦେଖିବା ପରେ ଶ୍ରୀମୟୀ ଲେଖିଛନ୍ତି- ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ବଦଳି ଯାଇଛି। ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୂରେଇ ରହିଥିବା ବ୍ୟକ୍ତିକୁ ହିଁ ସନ୍ନ୍ୟାସୀ ରୂପେ ସମାଜ ଗ୍ରହଣ କରେ।
କୁଆଡ଼େ ଗଲେ ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁ ? ୧୦ ଦିନ ପରେ ବି ଶୁଭମିତ୍ରାଙ୍କ ପତ୍ତା ମିଳୁନି। ସେପଟେ ଶୁଭମିତ୍ରାଙ୍କୁ ଖୋଜିଖୋଜି ନୟାନ୍ତ ହେଲେଣି ତାଙ୍କ ବାପା। ଝିଅକୁ ଫେରାଇ ଆଣିବାକୁ ସେ ନିବେଦନ କରିଛନ୍ତି। ଶୁଭମିତ୍ରା ଯେଉଁ ଠି ବି ଅଛନ୍ତି ସେ ସୁରକ୍ଷିତ ଫେରି ଆସିବା ପାଇଁ କହିଛନ୍ତି ତାଙ୍କ ବାପା।
ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସାରି ଛୁଟି ଘୋଷଣା ହୁଏ। ହେଲେ ଦଶହରାକୁ ଦିନ କେଇଟା ଥିବା ବେଳେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ପ୍ରସ୍ତୁତି ଏବେ ଯାଏଁ ଗ୍ରାଉଣ୍ଡରେ ହେଇନି। ତେବେ ଏନେଇ ସ୍ପଷ୍ଟ ଆଭିମୁଖ୍ୟ ପାଇଁ ଦାବି ହେଉଛି। ୨୦୧୭ ମସିହା ପରଠୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଇନି।
ସାର ସଙ୍କଟକୁ ନେଇ ବିରୋଧ ବିଜେଡ଼ି ପକ୍ଷରୁ କରାଯାଇଛି ବିକ୍ଷୋଭ। ରାଜଭବନ ସମ୍ମୁଖରେ ବିଜେଡ଼ି କରିଛି ପ୍ରତିବାଦ। ଚାଷୀ ସାର ନ ପାଇ ଚିନ୍ତାରେ, କିନ୍ତୁ ସରକାର କହୁଛନ୍ତି ସାର ପର୍ଯ୍ୟାପ୍ତ ପରିମାଣରେ ଅଛି। ଏନେଇ ଦଳର ସମସ୍ତ ଛାମୁଆ ସଂଗଠନ ସହ ବରିଷ୍ଠ ନେତା ବିକ୍ଷୋଭରେ ସାମିଲ ହୋଇ ରାଜ୍ୟପାଳଙ୍କୁ ଦାବି ଜଣାଛନ୍ତି।
ରାଜଧାନୀ ଭୁବନେଶ୍ବରରେ ଗଣଦୁଷ୍କର୍ମକୁ ନେଇ ହଇଚଇ। ଗାୟିକା ହେବାକୁ ସ୍ବପ୍ନ ଦେଖୁଥିବା ଜଣେ ଯୁବତୀଙ୍କୁ ଅଡିସନ୍ ପାଇଁ ଡାକି ଏକ ଲଜରେ ଗଣଦୁଷ୍କର୍ମ ଘଟଣାରେ ପୋଲିସ୍ ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ସାରା ଦେଶରେ ମହିଳାଙ୍କ ପାଇଁ ସୁରକ୍ଷିତ ସହର ତାଲିକାର ୩ ନମ୍ବରରେ ଥିବା ଭୁବନେଶ୍ବରରେ ଏଭଳି କାଣ୍ଡ ପୁଣି କମିଶନରେଟ୍ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି।...
ରାଜଧାନୀରେ ହେବ ବୁଲା କୁକୁର ଗଣନା। ଭୁବନେଶ୍ୱର ମହାନଗର ନିଗମ- ବିଏମସି ପକ୍ଷରୁ ହେବ ବୁଲା କୁକୁର ଗଣନା। ଆସନ୍ତା ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ସମୁଦାୟ ୬୭ଟି ୱାର୍ଡରେ ଗଣନା କାର୍ଯ୍ୟ ପାଇଁ ଗଠନ ହେଲା ୪୧୦ଟି ଟିମ । ସଂକ୍ରମଣ ଜନିତ ରୋଗ, ଦୁର୍ଘଟଣାରୁ ରକ୍ଷାପାଇବା ପାଇଁ BMCର ଏହି ପ୍ରୟାସକୁ ସଭିଏ ସ୍ବାଗତ କରିଛନ୍ତି । ସେପଟେ ଗଣନା କାର୍ଯ୍ୟରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ BMC
ପ୍ରଫୁଲ୍ଲଙ୍କ ନିଲମ୍ବନକୁ ନେଇ ବିଜେଡିରେ କଂପନ। ଅସନ୍ତୁଷ୍ଟଙ୍କ ସମସ୍ୟା ବୁଝି ସମାଧାନ ବଦଳରେ କାର୍ଯ୍ୟାନୁଷ୍ଠାନକୁ ଦଳ ଭିତରୁ ନାପସନ୍ଦ। ବରିଷ୍ଠ ନେତା ପଦ୍ମନାଭ ବେହେରା ତ ଏଇ ପ୍ରସଙ୍ଗରେ ସରକାରରେ ଥାଇ ଦଳ ଚଳାଇବା ଓ ବିରୋଧୀ ସିଟରେ ବସି ଦଳ ଚଳାଇବାର ଫରକ୍ ବତାଇ ଝଡ଼ ସୃଷ୍ଟି କରିଛନ୍ତି। ଯାହାକୁ ନେଇ ସରଗରମ ବିଜେଡି ରାଜନୀତି।...
ଆସନ୍ତା ୧୭ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଓଡିଶା ପ୍ରିମିୟର ଲିଗ୍ କ୍ରିକେଟ। ଆଇପିଏଲ ଫର୍ମାଟରେ ଖେଳାଯିବ ଫଟାଫଟ କ୍ରିକେଟ୍। ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ଖେଳାଳି ନିଲାମି ଚାଲିଥିଲା।
ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ।
ରାଜଧାନୀ ପ୍ରତିଷ୍ଠାର ୭୭ବର୍ଷ ପରେ ନୂଆ ଭୁବନେଶ୍ୱର ନିର୍ମାଣର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଏବେ ପ୍ରଶ୍ନ କେମିତି ରହିବ ଏହାର ରୂପରେଖ। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି-ଏକ ପରିପୂର୍ଣ୍ଣ ସହର ନିର୍ମାଣ ଲାଗି ସିଙ୍ଗାପୁରର ଏକ ସଂସ୍ଥାକୁ ଡିପିଆର ଦାୟିତ୍ବ ଦିଆଯାଇଛି। ତେବେ ସରକାରଙ୍କ ଉଦ୍ୟମକୁ ଟାଉନ ପ୍ଲାନର ସ୍ବାଗତ କରିଥିବାବେଳେ ବାସ୍ତବ ରୂପ ନେବା ବାଟରେ ଅନେକ ଚ୍ୟାଲେଞ୍ଜ୍ ଆସିବ ବୋଲି କହିଛନ୍ତି।
ଆଜି ଆକ୍ସନ ମୋଡକୁ ଆସି ସଂପୃକ୍ତ ଜବରଦଖଲକାରୀଙ୍କୁ ହଟାଇଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ମିଶନ୍ ଅଲ୍ ଆଉଟ୍ ଜରିଆରେ ପୋଲିସ ଫୋର୍ସ ଉପସ୍ଥିତିରେ ଆଜି ୫୦ଟି ସରକାରୀ କ୍ବାର୍ଟର୍ସକୁ ଖାଲି କରିଛନ୍ତି। ୟା ପରେ ସରକାରୀ ଘରେ ଥିବା ଭଡ଼ାଟିଆ ଏବଂ କ୍ୟାମ୍ପସରେ ଥିବା ବସ୍ତିର ପାଳି ପଡ଼ିବ ତ ?
ଭଡ଼ାରେ ଲାଗିଛି ବାଣୀବିହାର କ୍ବାର୍ଟର୍ସ । ହଷ୍ଟେଲ ପରେ କ୍ବାର୍ଟର୍ସ ପାଳି । ଆରମ୍ଭ ହେଲା କ୍ବାର୍ଟର୍ସରୁ ଉଚ୍ଛେଦ ।
ବଞ୍ଚିତ ହେବେନି ଯୋଗ୍ୟ ହିତଧିକାରୀ। ସୁଭଦ୍ରା ଯୋଜନାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଅନେକ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ ତର୍ଜମା ହେବ । କେୱାଇସି ଅପଡେଟ୍ ହୋଇଛି କି ନାହିଁ ଯାଂଚ ହେବ । ଅନ୍ୟାନ୍ୟ ଯାହା ଦରକାର ତାହାର ତର୍ଜମା କରାଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା।
ତଥାଗତଙ୍କ ପରେ ଅମର। ବିଜେଡିକୁ ନେଇ ହେଲାଣି ନୂଅ ଗଣିତ କଷା। ନୂଆ ବିଜେଡ଼ି ଗଠନ ସଂକେତ ! ନୂଆ ବିଜେଡି ଗଠନର ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ । ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି ବୋଲି ଅମର କହିଥିବା ବେଳେ ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ବର୍ତ୍ତମାନର ବିଜେଡି ବୋଲି କହିଛନ୍ତି।
ଭୁବନେଶ୍ବରରେ ପୁଣି ଛାତ୍ର ନିଖୋଜ, ୪ ଦିନ ହେଲା ୧୬ ବର୍ଷର ନାବାଳକ ନିଖୋଜ । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ନିଖୋଜ ସୂଚନା, କରାଟେ କ୍ଲାସ୍ ଯାଇ ଫେରିନି ପୁଅ। ନାବାଳକଟି ଚାଲିଚାଲି ଯାଉଥିବା ସିସିଟିଭିରେ ରେକର୍ଡ।
ବିବାଦ ଭିତରେ ଫସିଛି କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଗୋପିଚାନ୍ଦ ବ୍ୟାଡମିଣ୍ଟନ High Performance Centre ଦ ସଟଲ
ସରକାର ବଦଳିଲା ହେଲେ ବଦଳିଲାନି ସମସ୍ୟା। ଏବେ ବି ପଶ୍ଚିମ ଓଡିଶାର ଦୁଃଖ ଦାଦନ।
ରଙ୍ଗମାରି ରୂପାନ୍ତରୀକରଣ ପ୍ରଚାର କରେନି ଆମ ସରକାର: ମୁଖ୍ୟମନ୍ତ୍ରୀ
ଗୁରୁଦିବସରେ ଗର୍ଜିଲେ ଶିକ୍ଷକ। ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇଛି ସଂଘ।