ଭୁବନେଶ୍ୱର: ଦିନକରେ କରୋନାରୁ ସୁସ୍ଥ ହେଲେ ୭୨୮ ଜଣ କରୋନା ରୋଗୀ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୩ ଜଣ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ରିପୋର୍ଟକୁ ମିଶାଇଲେ ଆଜି ସୁଦ୍ଧା ୩୦୮୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେ ସୁସ୍ଥ ହେଲେ
ଖୋର୍ଦ୍ଧା୧୦୩, ମୟୂରଭଞ୍ଜ ୭୩, ସୁନ୍ଦରଗଡ଼ ୬୭, ନୂଆପଡ଼ା ୪୪, କଟକ ୪୨, ବାଲେଶ୍ୱର ୩୭, ବଲାଙ୍ଗିରି ୩୨, ଜଗତସିଂହପୁର ୩୦, କେନ୍ଦ୍ରାପଡ଼ା ୩୦, ସମ୍ୱଲପୁର ୨୮, ଷ୍ଟେଟ୍ ପୁଲ୍ରୁ ୨୬, କେନ୍ଦୁଝର ୨୫, ଅନୁଗୋଳ ୨୪, ବରଗଡ଼ ୨୧, ଝାରସୁଗୁଡ଼ା ୧୭, ଯାଜପୁର ୧୪ ଓ କଳାହାଣ୍ଡିରୁ ୧୪ ଜଣ ସୁସ୍ଥ ହୋଇଛନ୍ତି।
25 from Keonjhar
24 from Anugul
21 from Bargarh
17 from Jharsuguda
14 from Jajapur
14 from Kalahandi
13 from Dhenkanal
13 from Puri
11 from Bhadrak
10 from Deogarh
10 from Malkangiri
10 from Nabarangpur
9 from Ganjam
7 from Nayagarh
7 from Sonepur
5 from Kandhamal
3 from Rayagada— H & FW Dept Odisha (@HFWOdisha) November 25, 2020
ସେହିପରି ଢେଙ୍କାନାଳ ୧୩, ପୁରୀ ୧୩, ଭଦ୍ରକ ୧୧, ଦେବଗଡ଼ ୧୦, ମାଲକାନଗିରି ୧୦, ନବରଙ୍ଗପୁର ୧୦, ଗଞ୍ଜାମ ୯, ନୟାଗଡ଼ ୭, ସୋନପୁର ୭, କନ୍ଧମାଳ ୫, ରାୟଗଡ଼ା ୩, କୋରାପୁଟ ୨ ଓ ବୌଦ୍ଧରୁ ଜଣେ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।