Rajalaxmi Sahoo

ଭୁବନେଶ୍ୱର: ୧୯୯୯ ମସିହା ଜାନୁଆରୀ ୯ ତାରିଖ ଅର୍ଥାତ୍‌ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି।  ଏନେଇ ପ୍ରେସମିଟ୍‌ରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ବିବନଙ୍କୁ ଗିରଫ ପରେ ପୀଡ଼ିତା ଅଞ୍ଜନା ମିଶ୍ର OTVକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “CBI ଚୁପ୍ ବସିଲା, ଧରିପାରିଲାନି। ହେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାର୍‌ ଓ ତାଙ୍କ ଟିମ୍‌ ମୋତେ ନ୍ୟାୟ ଦେଲେ। ବିବନ ବିଶ୍ୱାଳ ମୁଖ୍ୟ ଅଭିଯୁକ୍ତ ଥିଲା। ଏଇ ୨୨ ବର୍ଷ ଭିତରେ ମୁଁ ବହୁତ ସଂଘର୍ଷ କରିଛି। ମୋ ଘରକୁ ପଥ ମାଡ଼ କରିବା ସହ ମୋତେ ୧୦-୧୫ ଥର ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଥିଲା। ମୋତେ ମୋ ଘରେ ରଖେଇ ଦେଲେ ନାହିଁ, ଫଳରେ ମୁଁ ଆସି ମୋ ମା’ଙ୍କ ପାଖରେ ରହୁଛି।’

ସେଇ ସମୟରେ ବିବନ ବିଶ୍ୱାଳ ଗିରଫ ନହେବା ଓ ବାରମ୍ବାର ତାଙ୍କୁ ଏଭଳି ଧମକ ମିଳିବା ପ୍ରଶ୍ନରେ ପ୍ରତିକ୍ରିୟା ରଖି ଅଞ୍ଜନା କହିଛନ୍ତି, ‘ଏସବୁ ଘଟଣାରେ କଂଗ୍ରେସ ଦଳର ପ୍ରଛନ୍ନ ହାତ ତା’ ପଛରେ ରହିଥିଲା। ବିବନକୁ ଫାଶି ଦିଆଯାଉ।’

ସେ ଆହୁରି କହିଛନ୍ତି, ‘ପ୍ରତିଦିନ ମୁଁ ମରି ମରି ବଞ୍ଚିଛି। ଥରେ କାହା ସହ ଗଣଦୁଷ୍କର୍ମ ଘଟିଲେ ଜୀବନ ବରବାଦ ହୋଇଯାଏ। ଏଥିରେ ଭାଙ୍ଗି ନପଡ଼ି ସଂଘର୍ଷ କରିବା ଦରକାର। ଆମ ସିଷ୍ଟମ ଯାହା ଏଠି ନ୍ୟାୟ ମିଳିବାକୁ ଦୀର୍ଘ ବର୍ଷ ଲାଗୁଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଭଳି ଜଣେ ଭଲ ଅଫିସର ମିଳିବାରୁ ବିବନ ଧରାପଡ଼ିଲା।’

https://youtu.be/dHE50Y1ffZE

ନଭି ମୁମ୍ବାଇ ଆମ୍ବି ଭ୍ୟାଲିରେ ପରିଚୟ ବଦଳାଇ ବିବନ ରହୁଥିଲା। ପାଣି ମିସ୍ତ୍ରୀ ଭାବେ ସେଠି ସେ ଆତ୍ମଗୋପନ କରି ନକଲି ନାଁ ଜଳନ୍ଧର ସ୍ୱାଇଁ ଦେଇ ରହୁଥିଲେ। ବିବନ ପରିବାରଲୋକଙ୍କ ସହ ସମ୍ପର୍କରେ ଥିଲା। ଟଙ୍କା ପଠାଇବାଠୁ ଆରମ୍ଭ କରି କଥାବାର୍ତ୍ତା ଯାଏ ସବୁ ଚାଲିଥିଲା। ଏହାକୁ ଟ୍ରାକ୍ କରି ବିବନ୍ ଆମ୍ବି ଭ୍ୟାଲିରେ ଥିବା ଜାଣିବା ପରେ ବିବନକୁ ଧରିବାକୁ କମିଶନରେଟ୍‌ ପୋଲିସ୍ ତିନି ମାସ ତଳେ ଅପରେସନ୍ ସାଇଲେଣ୍ଟ ବାଇପର୍ ଆରମ୍ଭ କରିଥିଲା।

Other Stories

  • anubhav
    Special Story ଭିଡ଼ିଓ ଛାଡ଼ି ଫସିଗଲେ କି ଅନୁଭବ?

    ନିଜ ରାଜନୈତିକ କ୍ୟାରିୟର ପାଇଁ କାଳ ହେବାକୁ ଯାଉଛି କି ପତ୍ନୀ ବର୍ଷାଙ୍କ ସହ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ବିବାଦ ? ଗତକାଲି ସୋସିଆଲ୍ ମିଡିଆ ପୋଷ୍ଟରେ ଖୋଦ୍ ଅନୁଭବଙ୍କ ଶଙ୍କାଭରା ଭିଡିଓ ପରେ ଆଜି ପ୍ରତିକ୍ରିୟା...

  • electic bill
    Special Story ଏମିତି ଭାବରେ ଆପଣଙ୍କୁ ଠକୁଛି ଟାଟା

    ଦିନରେ ଉପଭୋକ୍ତାଙ୍କୁ ଲଣ୍ଠନ ଦେଖାଉଛି ଟାଟା ପାୱାର । କାରସାଦି କରି ବିଦ୍ୟୁତ୍ ବିଲ ଆଦାୟ କରାଯାଉଛି ଅଧିକ ଅର୍ଥ । ବାସ୍ତବ ଦେୟ ବାଦ୍ ବିଭିନ୍ନ ହେଡରେ ଏହି ଅର୍ଥ ନେଉଛି କଂପାନି । ତେବେ...

  • train
    Special Story ଲୌହ ଦାନବର ରକ୍ତ ଭୋଜି

    ଟ୍ରେନ୍ ଧକ୍କାରେ ପୁଣି ଗଲା ୩ ହାତୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ବାଂଶପାଣୀ-ଜୁରୁଡ଼ି ରେଳ ଲାଇନରେ ଗତକାଲି ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାର କାରଣ ଖୋଜା ଆରମ୍ଭ ହୋଇଥିଲେ ବି ବନ ବିଭାଗ ଓ...

  • train
    Elephants ପୁଣି ଲୌହ ଦାନବର ରକ୍ତ ଭୋଜି: ୩ ହାତୀ ମୃତ୍ୟୁର କାରଣ ଖୋଜା

    ପରସ୍ପରକୁ ଦୋଷ ଠେଲିଲେ ରେଳ ଓ ବନ ବିଭାଗ,ବିଭିନ୍ନ କାରଣରୁ ୫ ବର୍ଷରେ ରାଜ୍ୟରେ ୪୧୦ରୁ ଅଧିକ ହାତୀଙ୍କ ମୃତ୍ୟୁକୁ ନେଇ ବଢିଛି ଚିନ୍ତା