ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀ ସ୍ୱର୍ଗଦ୍ୱାରରେ ହୋଇଛି ଅନ୍ତ୍ୟେଷ୍ଟି କ୍ରିୟା । ତାଙ୍କ ପୁଅ ଅନୁପମ ପଟ୍ଟନାୟକ ମୁଖାଗ୍ନି ଦେଇଛନ୍ତି। ଏହା ପୂର୍ବରୁ ମରଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା । ତାଙ୍କ ବାସଭବନରେ ମୃତଦେହ ରଖାଯିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଅମିୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଶୁକ୍ରବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମୀୟଙ୍କ ଦେହାନ୍ତ ହୋଇଥିଲା। ପରଦେଶୀ ବାବୁ, ମମତା ମାଗେ ମୂଲ, ହାକିମ ବାବୁ, ପୁଅ ମୋର କଳା ଠାକୁର ଭଳି ଅନେକ ଲୋକପ୍ରିୟ ଓଡ଼ିଆ ଫିଲ୍ମର ପ୍ରଯୋଜନା କରିଥିଲେ। ଅମୀୟ ଏହାସହ ଅନ୍ତର୍ଜାତୀୟ ଓ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କାର ପାଇଥିବା ‘ତୁଳସୀ ଅପା’ର ମଧ୍ୟ ପ୍ରଯୋଜନା କରିଥିଲେ।