Advertisment

୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଲଘୁଚାପ ଘନୀଭୂତ ହେଲା ପରେ ବାତ୍ୟାର ରୂପ ନେବ ନା ନାହିଁ, ଯଦି ବାତ୍ୟା ହୁଏ ତାର ପ୍ରଭାବ କେତେ ରହିବ, ଗତିପଥ କଣ ହେବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। କିନ୍ତୁ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

author-image
Chandan Shishu
undefined

Heavy Rainfall alert

ଭୁବନେଶ୍ୱର: ବର୍ଷାରେ ଭିଜିବ ଦଶହରା। ଉତ୍ତର ଆଣ୍ଡାମାନ ସାଗରେ ଘନଉଥିବା ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୪ରୁ ୫ ଦିନ ଭିତରେ ଏହି ଲଘୁଚାପ ସମୁଦ୍ର ଭିତରେ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇବ। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Advertisment

ତେବେ ଲଘୁଚାପ ଘନୀଭୂତ ହେଲା ପରେ ବାତ୍ୟାର ରୂପ ନେବ ନା ନାହିଁ, ଯଦି ବାତ୍ୟା ହୁଏ ତାର ପ୍ରଭାବ କେତେ ରହିବ, ଗତିପଥ କଣ ହେବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। କିନ୍ତୁ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟତଃ ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ଧୋଇଯାଇପାରେ ଦଶହରା।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଥିବାରୁ ଆସନ୍ତକାଲି ସକାଳ ସାଢ଼େ ୮ଟା ଯାଏ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।  ସେହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି।  

Advertisment
Rain In Odisha Weather Update Weather In Odisha
Advertisment
Advertisment