Advertisment

ବାରମ୍ବାର ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ! କାହିଁକି . . .କାରଣ କ’ଣ

କାହିଁକି ଓଡ଼ିଶା ମୁହାଁ ହେଉଛି ଗୋଟିଏ ପରେ ଗୋଟିଏ ବାତ୍ୟା? ଶନିବାର ଓଡ଼ିଶାର କେଉଁଠି ସ୍ଥଳଭାଗ ଛୁଇଁବ ବାତ୍ୟା? ଜାଣନ୍ତୁ କ’ଣ କହୁଛି ପାଣିପାଗ.

author-image
Prangyan Parimita
cyclone

cyclone

ଭୁବନେଶ୍ୱର : ପୁଣି ଓଡ଼ିଶାକୁ ମାଡି ଆସୁଛି ବାତ୍ୟା । ଚିନ୍ତାରେ ଉପକୂଳିଆ ଲୋକେ । ଗୋଟିଏ ପ୍ରକାର ଛାନିଆ ହୋଇ ଗଲେଣି । ଶନିବାର ଯେତିକି ଯେତିକି ପାଖେଇ ଆସୁଛି, ଲୋକେ ସେତିକି ସେତିକି ଛାନିଆ ହେଉଛନ୍ତି । କାରଣ ଏଥର ଅକ୍ଟୋବର କି ନଭେମ୍ବର ନୁହେଁ ବରଂ ବାତ୍ୟା ଆସୁଛି ଡ଼ିସେମ୍ବରରେ । ଆଉ ବାତ୍ୟା ଖବର ପାଇବା ପର ଠାରୁ ଆତଙ୍କିତ ଅବସ୍ଥାରେ ଉପକୂଳି ବାସିନ୍ଦା । ବାତ୍ୟା ଆସିଲେ ଖାସ୍‌ କରି ଉପକୂଳିଆ ଲୋକଙ୍କ ଅଂଟାକୁ ମାଡ଼ି ମକଚି ଭାଙ୍ଗି ଦିଏ।

Advertisment

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେବା ପରେ ଏବେ ଉପକୂଳିଆଙ୍କ ସହ ଚିନ୍ତାରେ ଅଛନ୍ତି ଚାଷୀ । ତେବେ ଗତକାଲି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଗତିକରି ୨ ତାରିଖରେ ଡିପ୍ରେସନରେ ପରିଣତ ହେବ ଏବଂ ଆସନ୍ତା ୪ ତାରିଖ ସକାଳେ ବାତ୍ୟାରେ ପରିଣତ ହୋଇ ଉପକୂଳରେ ପହଞ୍ଚିବ । ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ଆଉ ବାତ୍ୟାର ଖବର ପାଇବା ପରେ ଚିନ୍ତାରେ ଲୋକେ।

ତେବେ ୨୦୧୯ରେ ଫୋନି, ୨୦୨୦ ରେ ଅମ୍ଫନ, ଆଉ ଏ ବର୍ଷ ମେ ୨୬ରେ ଓଡ଼ିଶା ମୁହାଁ ହୋଇଥିଲା ସାମୁଦ୍ରିକ ଝଡ ୟାସ୍‌। ଲଗାତାର ୩ ବର୍ଷ ହେବ ଓଡ଼ିଶା ସାମୁଦ୍ରିକ ଝଡକୁ ସାମ୍ନା କରୁଛି । କେବଳ ଓଡ଼ିଶା ନୁହେଁ ବରଂ ଭାରତକୁ ପ୍ରତ୍ୟେକ ବର୍ଷ ବାତ୍ୟା ଆସୁଛି । କେଉଁଠି ଭୀଷଣ ତ ଆଉ କେଉଁଠି ଅତୀ ଭୀଷଣର ରୂପ ନେଉଛି ସାମୁଦ୍ରିକ ଝଡ।

Advertisment

କାହିଁକି ବଙ୍ଗୋପସାଗରରେ ସୃଷ୍ଟି ହେଉଛି ବାତ୍ୟା?

ଅକ୍ଟୋବର ୧୯ରେ ଆସିଥିବା ମହାବାତ୍ୟା, ଫାଇଲିନ୍‌, ହୁଡହୁଡ ହେଉ କି ମେ ମାସରେ ଆସିଥିବା ଫନି, ଅମ୍ଫନ ଓ ୟାସ୍‌ ହେଉ। ପ୍ରତିଥର ଓଡ଼ିଶାର ଅଂଟା ଭାଙ୍ଗି ଦେଉଛି ବାତ୍ୟା । ଆଉ ବାତ୍ୟା ମାଡ଼ରେ ଜୀବିକା ହରାଇ ବସୁଛନ୍ତି ଲକ୍ଷାଧିକ ଲୋକ । ତେଣୁ ବାତ୍ୟା କଥା ଶୁଣିଲେ ଲୋକଙ୍କର ନିଦ ହଜିଯାଉଛି । ତେବେ ଓଡ଼ିଶାକୁ ଆସିଥିବା ୟାସ୍‌ ପୂର୍ବରୁ ଗୁଜୁରାଟ୍‌ରେ ତାଉତେ ତାଣ୍ଡବ ରଚିଥିଲା । ସମୁଦ୍ରରୁ ମାଡ଼ି ଆସିଥିଲା ବଡ଼ ବଡ଼ ଜୁଆର । ଆଉ ପୁଣି ଥରେ ବାତ୍ୟା କଥା ଆସିବାରୁ ଏବେ ଚିନ୍ତାରେ ଲୋକେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାରମ୍ବାର ବାତ୍ୟା ଆସିବା ପଛର କାରଣ କଣ ରହିଛି ତାହାକୁ ନେଇ ଏବେ ଆଲୋଚନା ହେଉଛି। କୁହାଯାଉଛି ଜଳବାୟୁ କ୍ଷେତ୍ରରେ ହେଉଥିବା ଆକସ୍ମିକ ପରିବର୍ତ୍ତନ ଏହାର ପ୍ରମୁଖ କାରଣ । କିନ୍ତୁ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ବଙ୍ଗୋପସାଗରରେ ବାତ୍ୟା ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ ସତ କିନ୍ତୁ ଆରବ ସାଗରରେ ସାମୁଦ୍ରିକ ଝଡର ସଂଖ୍ୟା ବଢିଛି । କିନ୍ତୁ ଦେଖାଯାଉଛି, ବାତ୍ୟା ସମୁଦ୍ରକୂଳ ଛୁଇଁବା ବେଳକୁ ଦୁର୍ବଳ ହେଉଛି।

ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରବଳ ବର୍ଷା ହେଉଛି। ଯାହା ବନ୍ୟାର କାରଣ ହେଉଛି। ତେବେ ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେ ଯାହା ବି ହେଉ ବାତ୍ୟାକୁ ନେଇ ଏବେଠୁ ଚିନ୍ତାରେ ଲୋକେ।

Cyclone Threat To Odisha
Advertisment
Advertisment