Advertisment

ଅବପାତର ରୂପ ନେଲା ଲଘୁଚାପ, ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କତ ଜାରି କରାଯାଇଛି। ଯେହେତୁ ଅବପାତର ରୂପ ନେଇଛି, ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୫୫ ଓ ଝଟ୍‌କା ପବନ ୬୫ କିମି ରହିବ। ଆସନ୍ତାକାଲି ୫ ଆଭ୍ୟନ୍ତରୀଣ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
ଉପଗ୍ରହରୁ ମିଳିଥିବା ତଥ୍ୟ

ଉପଗ୍ରହରୁ ମିଳିଥିବା ତଥ୍ୟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଏହା ଅବପାତରେ ପରିଣତ ହୋଇଛି। ଏହା କ୍ରମଶ ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଚାନ୍ଦବାଲି ଦେଇ ଅତିକ୍ରମ କରିବ। ୧୩ ତାରିଖ ସକାଳ ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ଆଜି ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ୧୨ରୁ ୨୦ ସେମି ଅର୍ଥାତ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଗୋଟିଏ ଦୁଇଟି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହୋଇଥିଲା। ପୁରୀ, କଟକ, ଜଗତସିଂହପୁର ଖୋର୍ଦ୍ଧା, କେନ୍ଦ୍ରାପଡା, ନୟାଗଡ ଓ ଢେଙ୍କାନାଳ ଅଞ୍ଚଳରେ ଅକସ୍ମାତ ବନ୍ୟା ସହ ପାଣି ଜମିବାର ସମ୍ଭାବନା ରହିଛି। ସେହିପରି ଆଜି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Red WarningRed Warning

ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କତ ଜାରି କରାଯାଇଛି। ଯେହେତୁ ଅବପାତର ରୂପ ନେଇଛି, ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୫୫ ଓ ଝଟ୍‌କା ପବନ ୬୫ କିମି ରହିବ। ଆସନ୍ତାକାଲି ୫ ଆଭ୍ୟନ୍ତରୀଣ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ ଦିନ ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ଅତିକ୍ରମ କରିବ। ଆଗାମୀ ୧୪ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

Advertisment

ଲଘୁଚାପ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ରେକର୍ଡ ୧୬୩ ମିମି ବର୍ଷା ହୋଇଛି। ଏହାପୂର୍ବରୁ ୧୯୫୮ ସେପ୍ଟେମ୍ବର ୯ ତାରିଖ ଅର୍ଥାତ ୬୩ ବର୍ଷ ତଳେ ଏଭଳି ଭୀଷଣ ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। 

Deep Depression Weather Update Odisha
Advertisment
Advertisment