/odishatv-khabar/media/post_attachments/uploadimage/library/16_9/16_9_0/src-d_1627289737.jpg)
src d
ଭୁବନେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। କେବଳ ନବରଙ୍ଗପୁର ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି। ସବୁଠୁ ଅଧିକ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁରରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଦୃଷ୍ଟିରୁ ସତର୍କ ସୂଚନା ଜାରି କରିଛନ୍ତି ଏସ୍ଆରସି ପ୍ରଦୀପ ଜେନା । ସବୁ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠି ପାଣି ଜମିଛି, ସେଠି ଚାଷ କେତେ କ୍ଷୟକ୍ଷତି ହୋଇଛି ତା ଉପରେ ନଜର ରଖି ରିପୋର୍ଟ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍ଆରସି ସୂଚନା ଦେଇଛନ୍ତି।
ସେପଟେ ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ଅପରାହ୍ଣ ସୁଦ୍ଧା ହୀରାକୁଦ ଡ୍ୟାମର ୬ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି। ପର୍ଯ୍ୟାକ୍ରମେ ଗେଟ୍ଗୁଡ଼ିକୁ ଖୋଲାଯିବ। ଗେଟ୍ ଖୋଲାଗଲେ ବି ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ ସାମଲ କହିଛନ୍ତି। ସେହିପରି ଅନ୍ୟ ନଦୀମାନଙ୍କରେ ମଧ୍ୟ ବନ୍ୟା ଆଶଙ୍କା ନାହିଁ। ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ବି କେନ୍ଦୁଝରରେ ବର୍ଷା ନଥିବାରୁ ବନ୍ୟା ଆଶଙ୍କା ନାହିଁ ବୋଲି ସେ କହିଛନ୍ତି।
Also Read
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରିୟ ରହିଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୨୧ କି.ମି. ବେଗରେ ଗତି କରୁଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଏହା ଝାରସୁଗୁଡ଼ା ଠାରୁ ୫୦ କି.ମି. ଓ ଛତିଶଗଡ଼ରୁ ୧୩୦ କି.ମି. ଦୂରରେ ଅଛି।
ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଓ ମଧ୍ୟପ୍ରଦେଶ ଆଡ଼େ ଅଗ୍ରସର ହୋଇପାରେ। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)