• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଚାଷୀଙ୍କୁ ସତର୍କ କଲା ଓୟୁଏଟି । ବର୍ଷା ପୂର୍ବରୁ ୮୫% ପାଚି ଯାଇଥିବା ଧାନ କାଟି ଘରକୁ ଆଣିବାକୁ ଓୟୁଏଟି ପକ୍ଷରୁ ପରାମର୍ଶ । ତୁରନ୍ତ ଧାନ କାଟି ଅମଳ ହେବା ପୂର୍ବରୁ ଓ ପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ । କଟା ଧାନକୁ ବେଙ୍ଗଳା କିମ୍ବା ସମ୍ଭବ ନହେଲେ ପଲିଥିନ ଘୋଡ଼ାଇ ରଖନ୍ତୁ । ଧାନ ଜମିରୁ ବଳକା ପାଣି ନିଷ୍କାସନ ପାଇଁ ନାଳି କରିବାକୁ ପରାମର୍ଶ ଦେଇଛି ବିଭାଗ । ଧାନ ଗଛ ପଡ଼ିଯାଇଥିଲେ ବର୍ଷା ପରେ ହଳା କରି ଠିଆ କରିବାକୁ ମଧ୍ୟ ଦିଆଯାଇଛି ପରାମର୍ଶ । ବର୍ଷା ଛାଡ଼ି ଖରା ହେଲେ କେଣ୍ଡାକଟା ପୋକ ଲାଗିବା ସମ୍ଭାବନା ରହିଛି । ଏଣୁ ସବୁ ରବି ଫସଲ ବୁଣିବା ବା ଲଗାଇବା କାମ ସାମୟିକ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି ଓୟୁଏଟି ।

ସେପଟେ ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଣ୍ଡରେ ହାତ ଦେଲାଣି ଚାଷୀ । ଆରମ୍ଭରୁ କରୋନା, ପରେ ପରେ ସ୍ୱଳ୍ପ ବର୍ଷା ଯୋଗୁଁ ଚାଷ ଉପରେ ପ୍ରବଳ ପ୍ରଭାବ ପଡ଼ିଥିଲା । ହେଲେ ଏହାରି ଭିତରେ ଦୁଃଖ କଷ୍ଟରେ ଧିରେ ଧିରେ ଚାଷକୁ ଆଗେଇ ନେଇଥିଲେ ଚାଷୀ । ଆଶା ଥିଲା କିଛି ଭଲ ଅମଳ ହେବ । କିନ୍ତୁ ପରେ ଅଦିନିଆ ବର୍ଷା ଓ ଚକଡା ପୋକ ପାଚିଲା ଧାନକୁ ନଷ୍ଟ କରିଥିଲା ।

ଆଉ ଏବେ ପୁଣି ଥରେ ଆସିଲାଣି ବାତ୍ୟା । ଯାହାକୁ ନେଇ ଚିନ୍ତାରେ ଚାଷୀ । ବର୍ଷାରେ ଧାନ ନଷ୍ଟ ହେବା ଆଶଙ୍କାରେ ଚାଷୀ ନିଜ ବିଲରୁ ଧାନ ନେଇ ସୁରକ୍ଷିତ ସ୍ଥାନରେ ରଖିବାକୁ ପ୍ରୟାସ କରୁଛି ।