Advertisment

ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର; ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଦୁଇ ଦୁଇଟି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ୨୭ ତାରିଖ ଯାଏ ବର୍ଷା ସମ୍ଭାବନା

author-image
Minati Mishra
ଅଦ୍ୟତନ ହୋଇଛି
ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର; ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

low pressure area has formed over the Northwest Bay of Bengal

 ଭୁବନେଶ୍ୱର: ବଙ୍ଗୋପସାଗରରେ ଲଗାତର ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଛି।  ଗୁରୁବାର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Advertisment

ଭୁବନେଶ୍ୱର ମେଟ ସେଣ୍ଟର ଟୁଇଟରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲିର ସାଇକ୍ଲୋନିକ୍ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଆଖପାଖ ଅଞ୍ଚଳରେ ଆଜି ଏକ ଲୋ ପ୍ରେସର ଏରିଆ ସୃଷ୍ଟି ହୋଇଛି।

Advertisment

 ଏହା ବ୍ୟତୀତ ଆସନ୍ତା ୨୭ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ସମ୍ଭାବନା ରହିଛି। ଏହାର ପ୍ରଭାବରେ  ୨୬ ଓ ୨୭ ବେଳକୁ ପୂର୍ବ, ଉତ୍ତରପଶ୍ଚିମ ଭାରତରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା  ଭୁବନେଶ୍ୱର ପାଣିପାଗ କେନ୍ଦ୍ର  ସୂଚନା ଦେଇଛି। 

ପାଣିପାଗ କାର୍ଯ୍ୟାଳୟ ଆଜି ଓଡିଶାର ୧୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ବାଲାଶ୍ୱର, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ସମ୍ବଲପୁର, ପୁରୀ, କଟକ, ଜଗାତସିଂହପୁର, କେନ୍ଦ୍ରାପଡା ଏବଂ ଦେବଗଡ।

Low Pressure In Bay Of Bengal Weather Update
Advertisment
Advertisment