• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଦିଲ୍ଲୀରେ ପ୍ରବଳ ବର୍ଷା ।

  • ରାସ୍ତା ଘାଟରେ ସତେ ଯେମିତି କୃତ୍ରିମ ବନ୍ୟା ।

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ବର୍ଷା । ରାସ୍ତା ଘାଟରେ ସତେ ଯେମିତି କୃତ୍ରିମ ବନ୍ୟା । ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ଫଳରେ ଦିଲ୍ଲୀ ଓ ଏନ୍‌ସିଆରରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜଧାନୀର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ପରିସ୍ଥିତି ଉପୁଜିଛି । ଦିଲ୍ଲୀ ସଫଦରଜଙ୍ଗ ଅଞ୍ଚଳରେ ୨୪ ଘଣ୍ଟାରେ ୧୩୮.୮ ମିଲିମିଟର ବର୍ଷା ହୋଇଛି । ଚଳିତ ବର୍ଷ ଏହା ସର୍ବାଧିକ ବୃଷ୍ଟିପାତ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ପାଣି ଜମି ରହିବାରୁ ମିଣ୍ଟୋ ବ୍ରିଜ ରାସ୍ତାରେ ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଛି । ସେହିପରି ଆଇଟିଓରେ ଟ୍ରାଫିକ ଜାମ୍ ହୋଇଛି ।

ଆଜାଦ ମାର୍କେଟ ଅଣ୍ଡରପାସ୍‌ରେ ୧.୫ ମିଟର ଉଚ୍ଚର ପାଣି ଜମି ରହିବାରୁ ରାସ୍ତାକୁ ବନ୍ଦ କରି ଦିଆଯାଇଛି । ସେହିପରି ଫୁଲ ପ୍ରହଲାଦପୁର ଅଣ୍ଡରପାସ୍‌ରେ ପାଣି ଜମି ରହିଛି । ପ୍ରଗତି ମୈଦାନ, ଲାଜପତ୍ ନଗର ଓ ଜାଙ୍ଗପୁରାରେ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ପାଣି ଜମି ରହିବାରୁ ଦ୍ୱାରକା-ପାଲମ ଓଭରବ୍ରିଜ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଦିଲ୍ଲୀରେ ସନ୍ଧ୍ୟା ସୁଦ୍ଧା ବର୍ଷା ଛାଡ଼ି ନଥିବା ଦେଖାଯାଇଛି । ଲଗାଣ ବର୍ଷାରେ ବେହାଲ ହଲାଣି ପୁରା ଦିଲ୍ଲୀ ସହର ।

ସେହିଭଳି ହରିୟାଣା ପରିସ୍ଥିତି ନ କହିବା ଭଲ । ହରିୟାଣାର ବିଭିନ୍ନ ଅଞ୍ଚଳରେ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ରାସ୍ତାରେ ମୁଣ୍ଡ ଉଞ୍ଚା ପାଣି ରହିଛି । ଖାଲି ସେତିକି ନୁହେଁ ଅନେକ ଗାଡ଼ି ମଟର ମଧ୍ୟ ବୁଡ଼ି ଯାଇଛି । ଓଭର ବ୍ରିଜ୍‌ ସମ୍ପୂର୍ଣ୍ଣ ପାଣି ଭିତରେ ବଡ଼ି ରହିଥିବା ଭଳି ଦେଖାଯାଉଛି । ହରିୟାଣାର ସୋନିପାତ ସହରରେ ଅଜି ପ୍ରବଳରୁ ପ୍ରବଳତ୍ତର ବର୍ଷା ହୋଇଛି । ଯାହା ଫଳରେ ଏଭଳି ପରିସ୍ଥିତି ପୁଜିଛି ।