Advertisment

ଆଜି ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେଣୁ ଏହି ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Heavy Rainfall Alert

Heavy Rainfall Alert

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି।  ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏହାଛଡ଼ା କଟକ, ପୁରୀ, ଜଗତସିଂହପୁର, ବାଲେଶ୍ୱରରେ ବି ବର୍ଷା ହେଉଛି। ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

Advertisment

ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ଏହି ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଘଡ଼ଘଡ଼ି ଓ ବଜ୍ରପାତ ଆଶଙ୍କା ନେଇ ୧୭ ଜିଲ୍ଲାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଏଭଳି ପାଗ ଆସନ୍ତା ୨ରୁ ୩ ଦିନ ଯାଏ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Advertisment

ଅନ୍ୟପକ୍ଷେ, ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ‌ଏବେ ଏଠାରେ ୬.୦୨ ମିଟରରେ ପାଣି ପ୍ରବାହିତ ହେଉଛି। ଗତ ୨ ଦିନ ଧରି ଉପରମୁଣ୍ଡ ଓ ବସ୍ତା ଅଞ୍ଚଳରେ ବର୍ଷା ଲାଗି ରହି ଥିବାରୁ ଜଳକାରେ ଜଳସ୍ତର ବୃଦ୍ଧି ପାଉଛି। ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡ଼ା, ତିତ୍ରୋଡ଼ା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା ହେବା ଯୋଗୁ ନଦୀର ଜଳସ୍ତର ବଢ଼ୁଛି। ଫଳରେ ବସ୍ତା ବ୍ଲକର ୭ଟି ପଞ୍ଚାୟତରେ ବନ୍ୟା ଆଶଙ୍କା ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।  

Heavy Rainfall Alert Low Pressure Odisha
Advertisment
Advertisment