Advertisment

ବାତ୍ୟା ‘ଗୁଲାବ’ ପରେ ଆସୁଛି ବାତ୍ୟା ‘ଶାହିନ୍’, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ବାତ୍ୟା ‘ଗୁଲାବ’ ପରେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ଯାହାର ନାଁ ‘ଶାହିନ୍’ ରଖାଯାଇଛି। ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ଉତ୍ତର ପୂର୍ବ ଆରବ ସାଗରରେ ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cyclone Shaheen

Cyclone Shaheen

ନୂଆଦିଲ୍ଲୀ: ବାତ୍ୟା ‘ଗୁଲାବ’ ପରେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା। ଯାହାର ନାଁ ‘ଶାହିନ୍’ ରଖାଯାଇଛି। ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ଉତ୍ତର ପୂର୍ବ ଆରବ ସାଗରରେ ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ(IMD) ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ସୌରାଷ୍ଟ୍ର, ଗୁଜରାଟ ଓ କୋଙ୍କଣ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। 

Advertisment

ସୌରାଷ୍ଟ୍ର ଉପରେ ଏକ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି କ୍ରମଶଃ ଏହା ଉତ୍ତର-ପୂର୍ବ ଆରବ ସାଗରରେ ଏକ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ୨୪ ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।  ଏନେଇ ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ଝାଡ଼ଖଣ୍ଡ ଓ ତତ୍‌ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ମଧ୍ୟ ଏକ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର ସୃଷ୍ଟି ହୋଇଛି।

Advertisment

ସାଇକ୍ଲୋନିକ୍‌ ସିଷ୍ଟମ ପ୍ରଭାବରେ ସୌରାଷ୍ଟ୍ର ଓ କଚ୍ଛରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଗୁଜରାଟ ଉପକୂଳ, ଉତ୍ତର କୋଙ୍କଣ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଗୁଜୁରାଟ ଉପକୂଳରେ ଏହାର ପ୍ରଭାବ ପଡ଼ିବ। ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜୁରାଟର ୨୦ ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ବାତ୍ୟା ମହାରାଷ୍ଟ୍ର ଓ ଗୁଜୁରାଟ ଉପକୂଳ ଦେଇ ଅକ୍ଟୋବର ୧ ତାରିଖରେ ଓମାନ ଆଡକୁ ଗତି କରିବ। ଏହାର ପ୍ରଭାବରେ ଗୁଜୁରାଟ ଓ ମହାରାଷ୍ଟ୍ର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଗୁଜୁରାଟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସୁରତ ଜିଲ୍ଲାପାଳ ମତ୍ସଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦେଇଛନ୍ତି। ଅକ୍ଟୋବର ୩ରେ ବିହାରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

ଅକ୍ଟୋବର ୨ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ଉତ୍ତର ଓ ତତ୍‌ ସଂଲଗ୍ନ କେନ୍ଦ୍ରୀୟ ଆରବ ସାଗର ଏବଂ ଗୁଜୁରାଟ ଏବଂ ଉତ୍ତର ମହାରାଷ୍ଟ୍ର ଉପକୂଳରେ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। 

Cyclone Shaheen Cyclone Cyclone Gulab
Advertisment
Advertisment