Advertisment

ଭାଙ୍ଗିଲା ଜଳକା ନଦୀବନ୍ଧ, ୫ ଶହ ଫୁଟର ଘାଇ

ବାଲେଶ୍ୱରରେ ଗମ୍ଭର ରୂପ ନେଉଛି ବନ୍ୟା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ବିଶେଷକରି  ବିପଦ ସଂକେତ ଉପରେ ଥିବା ଜଳକା ନଦୀର ବନ୍ଧ ଭାଙ୍ଗି ଯାଇଛି ।

author-image
Minati Mishra
ଅଦ୍ୟତନ ହୋଇଛି
Flood in jalaka river

Flood in jalaka river

ବାଲେଶ୍ୱର: ବାଲେଶ୍ୱରରେ ଗମ୍ଭର ରୂପ ନେଉଛି ବନ୍ୟା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ବିଶେଷକରି  ବିପଦ ସଂକେତ ଉପରେ ଥିବା ଜଳକା ନଦୀର ବନ୍ଧ ଭାଙ୍ଗି ଯାଇଛି ।  ପ୍ରବଳ ବନ୍ୟା ଯୋଗୁଁ ଦୁର୍ବଳ ଥିବା ନଦୀବନ୍ଧ ଭାଙ୍ଗି ଯାଇଛି। ଫଳରେ ଏକତାଳି ଗାଁ ନିକଟରେ ନଦୀବନ୍ଧରେ ୫ ଶହ ଫୁଟର ଘାଇ ହୋଇଛି। ଅନ୍ୟପକ୍ଷେ ବସ୍ତା ଓ ରାସଗୋବିନ୍ଦପୁର ବ୍ଲକରେ ପାଣି ପଶିବା ଆଶଙ୍କା ଦେଖାଦେଇଛି।

Advertisment

ସୂଚନାଥାଉ କି, ବାଲେଶ୍ୱର ଜିଲ୍ଲାର ମଥାନିଠାରେ ବିପଦ ସଂକେତ ଉପରେ ରହିଛି ଜଳସ୍ତର। ବିପଦ ସଂକେତ ୫.୫୦ ମିଟର ଥିବାବେଳେ ଏବେ ୭.୧୮ ମିଟରରେ ପ୍ରବାହିତ ହେଉଛି। ବସ୍ତା ବ୍ଲକର ୧୨ଟି ଓ ସଦର ବ୍ଲକର ୨ଟି ପଞ୍ଚାୟତ ପାଣିଘେରରେ ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀବନ୍ଧ ସମ୍ପୁର୍ଣ୍ଣ ଦୁର୍ବଳ ହୋଇଯାଇଛି ।

Advertisment

ଏଠି କହିରଖିବୁ, ଗତ ୧୦ ବର୍ଷ ଧରି ନଦୀ ବନ୍ଧ ମରାମତି କରାଯା ନାହିଁ। ଫଳରେ ଯେ କୌଣସି ମୁହୂର୍ତ୍ତରେ ବନ୍ଧ ଭାଙ୍ଗି ଯିବାର ଆଶଙ୍କା ରହିଛି । ଏହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ନଈ କୂଳରେ ରହୁଥିବା ଲୋକେ। ତେବେ ଅତ୍ୟଧିକ ଦୁର୍ବଳ ନଦୀବନ୍ଧ ସ୍ଥାନରେ ବାଲି ବସ୍ତା ପକାଯିବା ପାଇଁ ବାଲିବସ୍ତା ମହଜୁଦ ରଖାଯାଇଥିବା ସୁଚନା ଦେଇଛନ୍ତି ଜଳସେଚନ ବିଭାଗୀୟ ଅଧିକାରୀ ।

JALESWAR_JALAKA_FLOOD_AVO_11AM 

Jalaka River Flood In Odisha
Advertisment
Advertisment