Advertisment

ଅବପାତରେ ପରିଣତ ହେବ ବାତ୍ୟା ଜଓ୍ୱାଦ

ଆଜି ମଧ୍ୟାହ୍ଣ ସୁଦ୍ଧା ପୁରୀ ନିକଟରେ ପହଞ୍ଚିବ। ପରେ ଏହା ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ଆଡେ ମୁହାଁଇବ।

author-image
Chandan Shishu
ଅଦ୍ୟତନ ହୋଇଛି
cyclone Jawad

cyclone Jawad

ଭୁବନେଶ୍ୱର: ଓଡ଼ିଶା ଉପରୁ ଟଳିଲା ବାତ୍ୟା ଡର। ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହେଲା ବାତ୍ୟା। ଜଓ୍ୱାଦ ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି କହିଛି ଆଇଏମଡି। ଏସଆରସି ଟ୍ୱିଟ୍ ଯୋଗେ ଜଣାଇଛନ୍ତି, ବାତ୍ୟା ଜଓ୍ବାଦ ପୂର୍ବାନୁମାନ ଅନୁସାରେ ଗତି କଲେ ଏହା ଓଡିଶାରେ ଲ୍ୟାଣ୍ଡଫଲ କରିବ ନାହିଁ।  ବାତ୍ୟା ଜୱାଦ ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇଛି। ଏହା କ୍ରମଶ ଦୁର୍ବଳ ହୋଇ ଗଭୀର ଅବପାତରୁ ଆଜି ସକାଳେ ଅବପାତରେ ପରିଣତ ହେବ। 

Advertisment

ଆଜି ମଧ୍ୟାହ୍ଣ ସୁଦ୍ଧା ପୁରୀ ନିକଟରେ ପହଞ୍ଚିବ। ପରେ ଏହା ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ଆଡେ ମୁହାଁଇବ। ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  ଗତକାଲି ଅପରାହ୍ନ ସାଢ଼େ ୫ଟାରେ ଗଭୀର ଅବପାତରେ ପରିଣତ ହୋଇଥିଲା ଜଓ୍ବାଦ।

 ଏବେ ବିଶାଖାପାଟଣାରୁ ୧୮୦ କିଲୋମିଟର ଏବଂ ଗୋପାଳପୁରରୁ ୨୦୦ କିଲୋମିଟର ଦୂରରେ ଜଓ୍ବାଦ୍ ରହିଛି। ସେହିପରି ପୁରୀ ଠାରୁ ୨୭୦ କିଲୋମିଟର ଓ ପାରାଦୀପରୁ ୩୬୦ କିମି ଦୂରରେ ଥିବା ସୂଚନା ମିଳିଛି। ଏହି ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ଏବଂ ଝଟକା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। 

Advertisment

ତେବେ ଅବପାତ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ଜିଲ୍ଲାମାନଙ୍କରେ ଆଜି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ଅନୁମାନ ରହିଛି।

Heavy Rainfall Alert Cyclone Jawad Cyclone Jawad Alert
Advertisment
Advertisment