• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଘଣ୍ଟାପ୍ରତି ୨୨ କିମି ବେଗରେ ଆସୁଛି ବାତ୍ୟା

  • ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବ କି ନାହିଁ ଏଯାଏ IMD ସ୍ପଷ୍ଟ କରିନି

  • ଯଦି ସ୍ଥଳଭାଗ ଛୁଏଁ, ଅଳ୍ପ ଛୁଇଁ ବାତ୍ୟା ପୁଣି ସମୁଦ୍ର ମଧ୍ୟରେ ଯିବ

  • ନଛୁଇଁଲେ ବି ଉପକୂଳ ପାଖାପାଖି ହେଲେ ପବନ ୮୦ରୁ ୯୫ କିମି ବହିବ

ଭୁବନେଶ୍ୱର : ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଜୱାଦ । ବର୍ତ୍ତମାନ ସୁଦ୍ଧା ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ରହିଛି ବାତ୍ୟା । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୨ କିମି ବେଗରେ ଆସୁଛି ବାତ୍ୟା । ଆସନ୍ତାକାଲି ରି-କର୍ଭ କରି ୫ ଟା ସୁଦ୍ଧା ପୁରୀ ଉପକୂଳ ପାଖାପାଖି ହେବ ବୋଲି କୁହାଯାଉଛି । ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବ କି ନାହିଁ ଏଯାଏ ସ୍ପଷ୍ଟ କରିନି IMD । ତେବେ ବାତ୍ୟା ସ୍ଥଳଭାଗ ଛୁଇଁଲେ ବି ଅଳ୍ପ ଛୁଇଁ ପୁଣି ସମୁଦ୍ର ମଧ୍ୟକୁ ପଳାଇବ । ବାତ୍ୟା ଜୱାଦ ନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ସେହିପରି ବାତ୍ୟା ସ୍ଥଳଭାଗ ନଛୁଇଁଲେ ବି ଉପକୂଳ ଅଞ୍ଚଳରେ ୮୦ରୁ ୯୫ କିମି ବେଗରେ ବହିବ ପବନ । ଆଜି ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ତେବେ ବାତ୍ୟା ଆସିବା ପୂର୍ବରୁ ସମୁଦ୍ରରେ ଥିବା ସମସ୍ତ ୨୨, ୭୦୦ ମାଛଧରା ବୋଟ୍ ଫେରି ଆସିଛନ୍ତି । ହେଲେ ସଚେତନ କରିବା ସତ୍ତ୍ୱେ ବାତ୍ୟା ଆଶ୍ରୟସ୍ଥଳୀକୁ ଆଜି ଆସିବାକୁ ଲୋକେ ରାଜି ହେଉନାହାନ୍ତି ଲୋକେ । କାଲି ତଳି ଅଞ୍ଚଳ ଓ କଚ୍ଚା ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଛି ।

ସେପଟେ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଏସଆରସି । ଗଂଜାମ, ପୁରୀ, ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକର ନିଆଳି ଅଞ୍ଚଳରୁ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ବାତ୍ୟା ପାଇଁ ୨ ଦିନ ଆଗରୁ ପିଇବା ପାଣି ସାଇତି ରଖିବାକୁ ପରାମର୍ଶ ଦେଇଛନ୍ତି SRC ।

ସେହିପରି ଭୟଭୀତ ହୋଇ ଅଯଥାରେ ଅଧିକ ଜିନିଷ ନକିଣିବା ସହ କାଲି ଅପରାହ୍ନରୁ ୫ ସକାଳ ପର୍ଯ୍ୟନ୍ତ ବାହାରେ ନବୁଲିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ପ୍ରଭାବିତ ହେବାକୁ ଥିବା ସବୁ ଅଞ୍ଚଳରେ ପଞ୍ଚାୟତ ଗୃହ, ସ୍କୁଲ ଘର, ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରଖିବାକୁ କୁହାଯାଇଛି । କେହି ଚାହିଁଲେ ବାତ୍ୟା ବେଳେ ଉକ୍ତ ସରକାରୀ ଘରେ ଆଶ୍ରୟ ନେଇପାରିବେ । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଲେ ବି ବନ୍ୟା ଆଶଙ୍କା ନାହିଁ ବୋଲି SRC ସୂଚନା ଦେଇଛନ୍ତି ।