/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638632150.jpg)
Cyclone Jawad,Weaken
ଭୁବନେଶ୍ୱର: ଓଡ଼ିଶା ଉପରୁ ଟଳିଲା ବାତ୍ୟା ଡର । ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହେଇଗଲା ବାତ୍ୟା ଜୱାଦ୍ । ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ପୁରୀ ନିକଟରେ ପହଞ୍ଚିବ ଏବଂ ତା’ପରେ ଏହା ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ଆଡେ ମୁହାଁଇବ । ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ୱେଲ ମାର୍କଡ ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପୁରୀଠୁ ୧୮୦ କିମି ଦୂରରେ ଜଓ୍ୱାଦ । ଗୋପାଳପୁରଠୁ ୧୩୦ କିମି, ପାରାଦୀପ ଠାରୁ ୨୭୦ କିମି ଦୂରରେ ବାତ୍ୟା ରହିଥିବାର ସୂଚନା ମିଳିଛି। କିଛି ସମୟରେ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ସୂଚନା। ଅବପାତରେ ପରିଣତ ହୋଇ ମଧ୍ୟାହ୍ନରେ ପୁରୀ ପାଖାପାଖି ପହଞ୍ଚିବ । ଜୱାଦ୍ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ଗୋପାଳପୁରରେ ସର୍ବାଧିକ ୬୦ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପାରାଦୀପରେ ୪୬, ଚାନ୍ଦବାଲିରେ ୨୮, ବାଲେଶ୍ୱରରେ ୨୪ ମିମି, ଭୁବନେଶ୍ୱରରେ ୨୪.୩, ପୁରୀରେ ୨୧ ମିମି ବର୍ଷା ରେକର୍ଡ ହୋଇଛି ।
ପବନର ବେଗ ସର୍ବାଧିକ ୬୦ କିମି ମଧ୍ୟରେ ରହିବ । ବନ୍ଦରଗୁଡ଼ିକରେ ୩ ନମ୍ବର ବିପଦ ସଙ୍କେତ ବଳବତ୍ତର ରହିବ । ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ । ୭ ତାରିଖ ପରେ ଜଓ୍ୱାଦ ପ୍ରଭାବ ଓଡ଼ିଶାରେ ପ୍ରାୟ ରହିବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବର୍ଷା ନେଇ ଟୁଇନ୍ ସିଟି ଲାଗି ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟରର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଠାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ପାଣି ଜମିବାର ମଧ୍ୟ ଆଶଙ୍କା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)