/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632646315.jpg)
Cyclone Gulab Live Updates
ଗୋଟିଏ କ୍ଲିକରେ ବାତ୍ୟା ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର . . . .
ବାତ୍ୟା ମୁକାବିଲା ଲାଗି ଖୋଲିଲା କଣ୍ଟ୍ରୋଲ ରୁମ୍
· ଫିସେରିଜ୍ ଓ ଏଆରଡି ବିଭାଗରେ ଖୋଲିଲା କଣ୍ଟ୍ରୋଲ ରୁମ୍
· ସ୍ୱତନ୍ତ୍ର ସଚିବ ବିଶ୍ୱମୋହନ ରାୟଙ୍କ ଅଫିସ୍ ଚାମ୍ବରରେ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା
· କଣ୍ଟ୍ରୋଲ ରୁମର ଟେଲିଫୋନ୍ ନମ୍ବର- (0674) 2393958
· କଣ୍ଟ୍ରୋଲ ରୁମ୍ ୨୬ ତାରିଖରୁ ୨୮ ପର୍ଯ୍ୟନ୍ତ ୨୪ ଘଣ୍ଟିଆ କାମ କରିବ
· କଣ୍ଟୋଲ ରୁମ୍ ଲାଗି ଦୁଇ ନୋଡାଲ ଅଧତ୍କାରୀଙ୍କ ନାଁ ଘୋଷଣା
· ବିଶ୍ୱମୋହନ ରାୟଙ୍କୁ ନୋଡାଲ ଅଫିସର, ବିପର୍ଯ୍ୟୟ ପରିଚାଳନା ଦାୟିତ୍ୱ
· ଯୁଗ୍ମ ସଚିବ ମନୋଜ ବେହେରାଙ୍କୁ କଣ୍ଟ୍ରୋଲ ରୁମ୍ ନୋଡାଲ ଅଫିସର ଦାୟିତ୍ୱ
· SRC ଅଫିସ ଏବଂ ବିଭିନ୍ନ ବିଭାଗ ସହ ଯୋଗାଯୋଗରେ ରହିବେ ମନୋଜ ବେହେରା
· କୌଣସି ଅଧିକାରୀଙ୍କୁ ଛୁଟି କିମ୍ବା ହେଡକ୍ୱାର୍ଟର୍ସ ନଛାଡ଼ିବାକୁ ନିର୍ଦ୍ଦେଶ
ଗୋପାଳପୁର ପାଇଁ ୭ ନଂ ବିପଦ ସଂକେତ
· ଗୁଲାବ ପାଇଁ ବନ୍ଦରଗୁଡ଼ିକ ସକାଶେ ବିପଦ ସଂକେତ ଜାରି
· ଗୋପାଳପୁର ପାଇଁ ୭ ନଂ ଓ ପୁରୀ ପାଇଁ ୬ ନଂ ବିପଦ ସଂକେତ
· ପାରାଦୀପ ଓ ଧାମରା ପାଇଁ ଲୋକାଲ ସିଗନାଲ ନଂ ୩
ବନ୍ୟା ଓ ଭୂସ୍ଖଳନ ଉପରେ ବିଶେଷ ନଜର
· ଋଷିକୁଲ୍ୟା, ନାଗାବଳି ଓ ବଂଶଧାରା ନଦୀରେ ବନ୍ୟା ଆସିପାରେ
· ବନ୍ୟା ଆଶଙ୍କାରେ ବଂଶଧାରା ନଦୀର ଗୋଟା ବ୍ୟାରେଜ୍ ଖୋଲା
· ଭୂସ୍ଖଳନ ସମ୍ଭାବନା ଥିବାରୁ ସତର୍କ ରହିବାକୁ SRCଙ୍କ ପରାମର୍ଶ
· ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
· ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି
· ପୁରୁଣା ଗଛ ଓ କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିପାରେ
· ଉଦ୍ଧାର କାର୍ଯ୍ୟ ପାଇଁ NDRF,ODRAF, ଅଗ୍ନିଶମ ବାହିନୀ ପ୍ରସ୍ତୁତ
ବାତ୍ୟା ପୂର୍ବରୁ ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର
· ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ନିଆଯାଉଛି
· ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପ୍ରସ୍ତୁତ
· ବାତ୍ୟା ପୂର୍ବରୁ ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ
· ଗତକାଲି ରାତିଠୁ ବ୍ରହ୍ମପୁର, ପାରଳାଖେମୁଣ୍ଡି, ରାୟଗଡ଼ାରେ ବର୍ଷା
ବାତ୍ୟା ଗୁଲାବ ପାଇଁ ସ୍କୁଲ ଛୁଟି
• ଆସନ୍ତାକଲି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର
• ସ୍ଥିତି ଦେଖି ମଙ୍ଗଳବାର ପାଇଁ ନିଆଯିବ ନିଷ୍ପତ୍ତି
• ବର୍ଷା ହେଉଥିଲେ ପିଲା ଘରୁ ନବାହାରିବାକୁ ପରାମର୍ଶ ଦେଲେ ଗଣଶିକ୍ଷାମନ୍ତ୍ରୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)