Advertisment

ଟଳିଲା ବାତ୍ୟା ଭୟ: ୫ ଘଣ୍ଟାରେ ଦୁର୍ବଳ ହେବ

ବାତ୍ୟା ଶ୍ରୀକାକୁଲମରୁ କୋରାପୁଟ ଜିଲ୍ଲାକୁ ପଶିବ। ପ୍ରଭାବରେ ରାତିରେ ଗଜପତି, ରାୟଗଡ଼ା, କୋରାପୁଟରେ ବର୍ଷା ବଢ଼ିବ। ଗଜପତି, ରାୟଗଡ଼ା, କୋରାପୁଟରେ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ।

author-image
Chandan Shishu
Cyclone Gulab

Cyclone Gulab

ଭୁବନେଶ୍ୱର: ଟଳିଲା ବାତ୍ୟା ଭୟ। ଉପକୂଳ ଅତିକ୍ରମ କଲା ଗୁଲାବ। ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କଲା ଗୁଲାବ। ଏବେ ପଶ୍ଚିମ କଳିଙ୍ଗପଟ୍ଟନମଠାରୁ ୩୦ କିମି ଦୂରରେ ଅବସ୍ଥିତ ଗୁଲାବ। ଆସନ୍ତା ୫ ଘଣ୍ଟାରେ ଏହା ଦୁର୍ବଳ ହେବ ଏବଂ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଗଭୀର ଅବପାତରେ ପରିଣତ ହେବ।

Advertisment

ସେପଟେ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଛି ଗୁଲାବ। ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି। ତେବେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ ପ୍ରଭାବ ପଡ଼ିନି ଏବଂ କ୍ଷୟକ୍ଷତି ହୋଇନି। ଏପରିକି ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ପବନ ବିଶେଷ ହୋଇନାହିଁ। ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କାଁ ଭାଁ ହେଉଛି।

ତେବେ ବାତ୍ୟା ଶ୍ରୀକାକୁଲମରୁ କୋରାପୁଟ ଜିଲ୍ଲାକୁ ପଶିବ। ପ୍ରଭାବରେ ରାତିରେ ଗଜପତି, ରାୟଗଡ଼ା, କୋରାପୁଟରେ ବର୍ଷା ବଢ଼ିବ। ଗଜପତି, ରାୟଗଡ଼ା, କୋରାପୁଟରେ ଅତିପ୍ରବଳ ବର୍ଷା ମଧ୍ୟ ହୋଇପାରେ। 

Advertisment

ତେବେ ଓଡ଼ିଶାରେ ପବନର ବେଗ କମିବ ଏବଂ ୫୦ରୁ ୬୦ କିମି ବେଗରେ ପବନ ବହିବ। ସେପଟେ ବର୍ତ୍ତମାନ ସୁଦ୍ଧା ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଗଞ୍ଜାମରେ ସର୍ବାଧିକ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି।  

Odisha Weather Cyclone Weather Update
Advertisment
Advertisment