• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସାରା ରାଜ୍ୟରେ ଜାରି ରହିଛି ଥଣ୍ଡା ପ୍ରଭାବ

  • ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା

  • ୬ ସହରରେ ଗତକାଲି ବି ୧୫ ଡିଗ୍ରୀ ତଳେ ପାରଦ

  • ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଥଣ୍ଡାର ପ୍ରଭାବ । ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ, ସବୁଠୁ ଥରାଇଲାଣି ଥଣ୍ଡା । ୬ ସହରରେ ଗତକାଲି ବି ୧୫ ଡିଗ୍ରୀ ତଳେ ରହିଛି ପାରଦ । ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍ ରହିଛି । ସେହିପରି ଫୁଲବାଣୀରେ ୧୩.୨ ଡିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା । ଟିଟିଲାଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, କୋରାପୁଟ, ସୁନ୍ଦରଗଡ଼ ଭଳି ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି । ତାସହ ଭୁବନେଶ୍ୱର ଓ କଟକରେ ବି ପାରଦ ଖସୁଛି । ତେବେ ଆଗାମୀ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି ।

ସେପଟେ ସୁନ୍ଦରଗଡ଼ ଜିଲ୍ଲା ଖଣି ବ୍ଲକ କୋଇଡାରେ ଅନୁଭୂତ ହେଲାଣି ହାଡ଼ଭଙ୍ଗା ଶୀତ । ପ୍ରତ୍ୟକ ବର୍ଷ ଖଣି ବ୍ଲକ କୋଇଡାରେ ହାଡ଼ ଭଙ୍ଗା ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳେ । କିନ୍ତୁ ଚଳିତ ବର୍ଷ ଡେରିରେ ଅନୁଭୂତ ହେଉଥିବା ଶୀତର ମଜା ନେବା କେହି କେହି ପ୍ରାପ୍ତ ଭ୍ରମଣ କରୁଛନ୍ତି ତ କେହି କେହି ନିଆଁ ଜାଳି ବସି ରହୁଛନ୍ତି । ଆଉ ଏ ଶୀତର ସମ୍ପୂର୍ଣ୍ଣ ମଜା ଉଠେଇବା ପାଇଁ ଏବେ ଚା ଦୋକାନ ମାନଙ୍କରେ ଜମୁଛି ଭିଡ଼ ।

ସେହିପରି ଶୀତରେ ଅସ୍ତବ୍ୟସ୍ତ ହେଉଛନ୍ତି ଆଦିବାସୀ ଇଲାକାର ଲୋକେ ! ସମଗ୍ର ରାଜ୍ୟରେ ଶୀତର ଲହରୀ ଜାରି ରହିଥିବାବେଳେ କନ୍ଧମାଳ ଜିଲ୍ଲାରେ ଏବେ ଅସହ୍ୟ ଶୀତ ଅନୁଭୂତ ହେବାରେ ଲାଗିଛି । ବିଶେଷ କରି ଆଦିବାସୀ ଉପାନ୍ତ ଇଲାକାରେ ଶୀତର ପ୍ରକୋପ ଅଧିକ ରହିଛି । ଶୀତରୁ ରକ୍ଷା ପାଇବା ଲାଗି ଛୋଟରୁ ବଡ ସଭିଏଁ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳୁଛି । ଶୀତ ଯୋଗୁ ଲୋକେ କୌଣସି କାମଧନ୍ଧା କରି ପାରୁନାହାନ୍ତି । ଏମିତି କି ଗରିବ ଲୋକଙ୍କ ପାଖରେ ଆବଶ୍ୟକ ଶୀତ ପୋଷାକ ନଥିବା ଯୋଗୁ ଲୋକଙ୍କ ପାଇଁ ନିଆଁ ହିଁ ଏକ ମାତ୍ର ସାହା ଭରସା ପାଲଟିଛି ।