• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ୧୧ରେ ପୁଣି ଏକ ଲଘୁଚାପ

  • ସେପଟେ ୱେଲମାର୍କ ଲୋ ପ୍ରେସର ଯୋଗୁ ଫୁଲୁଛି ସମୁଦ୍ର

  • ଉଡେପୁର ଏବଂ ତାଳସାରି ବେଳାଭୂମିରେ ୮ ଫୁଟର ଜୁଆର

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ଯୋଗୁ ଯାଇପାରେ ଗଣେଶ ପୂଜା ଓ ନୂଆଖାଇ  । ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।  

ଏପଟେ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ।ଲଘୁଚାପ ପ୍ରଭାବରେ ଫୁଲୁଛି ସମୁଦ୍ର । ଅମାବାସ୍ୟା ତିଥି ସହ ଓ ଲଘୁଚାପ ପ୍ରଭାବରୁ ସମୁଦ୍ରର ରୂପ ଭୟଙ୍କର ହେଉଛି। ଫଳରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ଥିବା ଉଡେପୁର ଏବଂ ତାଳସାରି ବେଳାଭୂମିରେ ଓ ବିଚିତ୍ରପୁର ଇକୋ ଟୁରିଜିମ୍ ଅଞ୍ଚଳରେ ୮ ଫୁଟର  ଜୁଆର ପାଣି ମାଡୁଛି । ଆତଙ୍କିତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ ।

ଆଶଙ୍କା କରିଛନ୍ତି, ଯଦି ୧୨ ଫୁଟ ଜୁଆର ମାଡିବ ତାହାଲେ ପାଖପାଖି ଅନେକ ଗାଁ ପ୍ରଭାବିତ ହେବ । ଜୁଆର ଆସିଲେ ସୁବର୍ଣ୍ଣପୁର,ଉଡେପୁର,ତାଳସାରି, ବିଚିତ୍ରପୁର,ଗମ୍ଭାରିଆ,କୃଷ୍ଣ ନଗର ଆଦି ଗ୍ରାମ ଗୁଡିକରେ ପାଣି ପଶିବାର ଆଶଙ୍କା ରହିଛି। 

ସେପଟେ କୃଷ୍ଣ ପ୍ରସାଦ  ବ୍ଲକରେ ସାମୁଦ୍ରିକ ଜୁଆର ପାଣି ମାଡି ଆସିଛି । ଫଳରେ ଅରଖକୁଦ ଗାଁ ଭିତରେ ଜୁଆର ପାଣି ପଶିଛି । ଏଥିସହ  ହରଚଣ୍ଡୀ ସାହି, ମଙ୍ଗଳା ସାହି ଓ ଲକ୍ଷ୍ମୀନାରାୟଣ ସାହିରେ ଗାଁ ଦାଣ୍ଡରେ ପାଣି ପଶିଛି। ଗାଁ ଲୋକଙ୍କ କହିବା ଅନୁଯାୟୀ,  ଆଜି ସକାଳ ପ୍ରାୟ ୮ଟାରେ ଜୁଆର ପାଣି ମାଡି ଆସିଥିଲା । ଲଘୁଚାପ ଓ ଅମାବାସ୍ୟା ତିଥିରେ ସମୁଦ୍ର ଅଶାନ୍ତ ରହିଥିବାରୁ ପାଣି ମାଡି ଆସିଛି । ଏହା ଫଳରେ ଚିଲିକା କୂଳରେ ଥିବା ଗ୍ରାମ ଗୁଡିକ ବିଶେଷ ଭାବେ କ୍ଷତି ହୋଇଛି। 

 ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଲଘୁଚାପ ପ୍ରଭାବରେ କୋରାପୁଟ ଜିଲ୍ଲାରେ କାଲିଠାରୁ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ସେହିପରି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଲାଗି ରହିଛି ବର୍ଷା।

ଏପଟେ ୱେଲମାର୍କ ଲୋ ପ୍ରେସରରେ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସକ୍ରିୟ ରହିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ସମୁଦ୍ର ଅଶାନ୍ତ ହେବାର ସମ୍ଭାବନା ଥିବାରୁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି