Advertisment

ପୁଣି ଏକ ବାତ୍ୟା ଆଶଙ୍କା, ୩ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା !

ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ରଟି ବାତ୍ୟାର ରୂପ ନେଇପାରେ। ଲଘୁଚାପ କ୍ଷେତ୍ର ସ୍ପଷ୍ଟ ହେବା ପରେ ବାତ୍ୟା ସମ୍ଭାବନା ସ୍ପଷ୍ଟ ହେବ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁଠି ପ୍ରଭାବ ପଡ଼ିବ ତାହା ଏବେ କହି ହେବ ନାହିଁ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
cyclone

cyclone

ଭୁବନେଶ୍ୱର: ଆସୁଛି ବଡ଼ ବର୍ଷା। ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏପରିକି ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। 

Advertisment

ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଡିସେମ୍ବର ୨ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ଡିସେମ୍ବର ୩ରୁ ବର୍ଷା ଆରମ୍ଭ ହୋଇପାରେ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଓଡ଼ିଶାର କେଉଁ ଜିଲ୍ଲାରେ ଓ କେଉଁ ଅଞ୍ଚଳରେ ଅଧିକ ବର୍ଷା ହେବ ସେନେଇ ପୂର୍ବାନୁମାନ କରାଯାଇ ପାରିବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି। 

ଆଇଏମ୍‌ଡି ଡିଜି ସୂଚନା ଦେଇ କହିଛନ୍ତି, ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ରଟି ବାତ୍ୟାର ରୂପ ନେଇପାରେ। ଲଘୁଚାପ କ୍ଷେତ୍ର ସ୍ପଷ୍ଟ ହେବା ପରେ ବାତ୍ୟା ସମ୍ଭାବନା ସ୍ପଷ୍ଟ ହେବ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁଠି ପ୍ରଭାବ ପଡ଼ିବ ତାହା ଏବେ କହି ହେବ ନାହିଁ। 

Advertisment

ଆଇଏମ୍‌ଡି ଡିଜି ଆହୁରି କହିଛନ୍ତି, ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ନଭେମ୍ବର ୩୦ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଆଣ୍ଡାମାନ ସାଗର ଓ ଏହାର ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଶାନ୍ତ ରହିବ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କି.ମି. ରହିବ। ଏହା ଯେତେବେଳେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରକୁ ଆସିବ ଡିସେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ଉତ୍ତର ବଙ୍ଗୋପସାଗର, ଆନ୍ଧ୍ର ଉପକୂଳ ଏବଂ ଓଡ଼ିଶା ଉପକୂଳ ନିକଟସ୍ଥ ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ସମୟରେ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। 

Cyclone Rainfall Alert
Advertisment
Advertisment