/odishatv-khabar/media/post_attachments/uploadimage/library/16_9/16_9_0/hirakud-11_1626674052.jpg)
hirakud
ସମ୍ବଲପୁର: ହୀରାକୁଦ ଡ୍ୟାମ୍ର ଆଉ ୬ଟି ଗେଟ୍ ଖୋଲିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଉ ୬ ଗେଟ୍ ଖୋଲିଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍ର ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ମହାନଦୀରେ ମଧ୍ୟମ ଧରଣର ବନ୍ୟାର ଆଶଙ୍କା ରହିଛି। ଏନେଇ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା। ତେବେ ତଳିଆ ଅଞ୍ଚଳରେ ବେଶି ଖରାପ ସ୍ଥିତି ହେବା ଆଶଙ୍କା ନାହିଁ। ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଛି, ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି।
ପୂର୍ବରୁ ହସ୍ତଗତ ସୂଚନା ଅନୁସାରେ ହୀରାକୁଦକୁ ୨.୫୮ କ୍ୟୁସେକ୍ ଜଳ ପଶୁଥିବା ବେଳେ ୨.୨୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୮.୨୩ ଫୁଟ ରହିଛି। ଡ୍ୟାମ୍ ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର କରାଯାଇଛି। ତେଣୁ ଆବଶ୍ୟକ ହେଲେ ଆଉ ଅଧିକ ଗେଟ୍ ଖୋଲାଯାଇପାରେ। ଏବେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅଧିକ ଗେଟ୍ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା କରାଯାଉଥିବା କହିଛନ୍ତି ଏସଆରସି।
ତେବେ ଲଗାଣ ବର୍ଷା ପରେ ବୈତରଣୀ ଆଖୁଆପଦାରେ ବିପଦ ସଂକେତ ଉପରେ ଥିଲେ ବି ଖସୁଛି। ବ୍ରାହ୍ମଣୀ ବିପଦ ସଂକେତ ତଳେ ଥିଲେ ବି ୩ଟି ଛୋଟ ଘାଇ ହୋଇଥିବା ସେ ସୂଚନା ଦେଇଛନ୍ତି। ଜଳକା ବିପଦ ସଂକେତ ଉପରେ ରହିଛି କିନ୍ତୁ ବନ୍ୟା ପରିସ୍ଥିତି ନାହିଁ। ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୨୧ ଜିଲ୍ଲାର ୧୨୬ ବ୍ଲକ ପ୍ରଭାବିତ ହୋଇଛି ମୋଟ ୪ ହଜାର ୩ ଶହ ୩୪ଟି ଗାଁ ଓ ୨୯ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩ ହଜାର ୮ ଶହ ୩୯ଟି ଘର କ୍ଷତିଗ୍ରସ୍ତ ହୋଇଛି। ୧ ଲକ୍ଷ ୩୦ ହଜାର ହେର ଜମି କ୍ଷତିଗ୍ରସ୍ତ ନେଇ ପ୍ରାଥମିକ ଅାକଳନରୁ ତଥ୍ୟ ମିଳିଥିବା କହିଛନ୍ତି ଏସ୍ଆରସି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)