Advertisment

ଲୋଭ ହେଲା କାଳ ! ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ଭାସିଗଲେ

ଲୋଭ ହେଲା କାଳ !  ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଆଜି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ ଏହି ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Baitarani Barrage

Baitarani Barrage

ଆନନ୍ଦପୁର: ଲୋଭ ହେଲା କାଳ !  ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଆଜି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ କୁମୁଣିଆ ଗାଁର ଜଗବନ୍ଧୁ ନାଏକ ଏବଂ ତାଙ୍କର ୨ ସାଥି ଟ୍ୟୁବ୍‌ ସାହାଯ୍ୟରେ ବୈତରଣୀ ବ୍ୟାରେଜକୁ କାଠ ଆଣିବାକୁ ଯାଇଥିଲେ। ‌ଏହି ସମୟରେ ଅସାବଧାନତା ଯୋଗୁ ସେମାନେ ପାଣିରେ ଭାସି ଯାଇଥିଲେ। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ଜଗବନ୍ଧୁ ନାଏକଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି। ହେଲେ ଅନ୍ୟ ୨ ଜଣ ଏବେବି ନିଖୋଜ ଅଛନ୍ତି। ଖବର ଲେଖାଯିବା ଯିବା ସୁଦ୍ଧା, ନିଖୋଜ ୨ ଜଣଙ୍କ କୌଣସି ପତ୍ତା ମିଳିପାରି ନାହିଁ। 

ସୂଚନାଥାଉ କି, ନୂଆପଡ଼ା ଟାଉନ୍‌ରେ ଥିବା ଏକ ବିଦେଶୀ ମଦ ଦୋକାନରେ ଗଣେଶ ପୂଜା ହୋଇଥିଲା। ଗଣେଶଙ୍କ ବିସର୍ଜନ ପାଇଁ ମଦ ଦୋକାନର କର୍ମଚାରୀମାନେ ଏକ କାରରେ ୪୦ କିମି ଦୂର ଗୋଧସ ଜଳପ୍ରପାତକୁ ଯାଇଥିଲେ। ହେଲେ ଦୁଃଖଦ ଘଟଣା, ବିସର୍ଜନ କରିବା ସମୟରେ ପାଣିରେ ଭାସି ଯାଇଥିଲେ ମଦ ଦୋକାନ ମ୍ୟାନେଜର ଓ କର୍ମଚାରୀ।

Advertisment
Flood Water Drown Baitarani Barrage
Advertisment
Advertisment