• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିଛି । ବିଜୁଳି ଘଡ଼ଘଡ଼ି ହେବା ସହ କେତେକାଂଶ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି । ଆଜି ୨୫ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଘଡ଼ଘଡ଼ି, ବର୍ଷା ସହ ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା କୁହାଯାଇଛି ।

ଏପ୍ରିଲ୍ ପହିଲା ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ଝଡ଼-ପବନ ସମ୍ଭାବନା ରହିଥିବା ନେଇ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ଆସନ୍ତା ୩୧ତାରିଖରେ ସର୍ବାଧିକ ପ୍ରଭାବ ପଡ଼ିବା ନେଇ କୁହାଯାଇଥିଲା ।

ଗତକାଲି ବିଜୁଳି ଘଡ଼ଘଡ଼ି ମାରିବାରେ ସର୍ବକାଳୀନ ରେକର୍ଡ ବୋଲି ସୂଚନା ଦିଆଯାଇଥିଲା । କାଲି ଅପରାହ୍ନରେ ମାତ୍ର ଅଧଘଣ୍ଟାରେ ୫ ହଜାର ୪ ଶହ ଥର ବିଜୁଳି ମାରିଥିବା ନେଇ କେନ୍ଦ୍ର ସରକାରଙ୍କ ‘ଦାମିନୀ’ ଆପରୁ ସୂଚନା ମିଳିଥିଲା। ସୂଚନାଯୋଗ୍ୟଯେ, ଗତକାଲି ବାସୁଦେବପୁର ଅଞ୍ଚଳରେ ୫ ହଜାର ୪ ଶହ ଥର ବିଜୁଳି ମାରିଥିଲା।