Advertisment

ଲଗାଣ ବର୍ଷା ଯୋଗୁ ୨୪ ଜିଲ୍ଲା ପ୍ରଭାବିତ, ୬ ମୃତ

ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ, ହୀରାକୁଦ ତଳମୁଣ୍ଡରେ ଏବେ ବର୍ଷା କମିଥିଲେ ବି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଜଳପ୍ରବେଶ ବଢୁଛି। ତେବେ ଡ୍ୟାମ୍ ଜଳସ୍ତରକୁ ୬୨୮ ଫୁଟ୍ ମଧ୍ୟରେ ସ୍ଥିର ରଖିବା ପାଇଁ ଉଦ୍ୟମ ଚାଲିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Flood Situation In Odisha

Flood Situation In Odisha

ଭୁବନେଶ୍ୱର: ଲଗାଣ ବର୍ଷାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଏଯାଏଁ ନିଖୋଜ ଅଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି। ସେହିପରି ଗଞ୍ଜାମ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଜଣେ ଏବଂ ବଲାଙ୍ଗିର ଜିଲ୍ଲାର ପୁଇଁତଳା ଅଞ୍ଚଳରୁ ଜଣେ ନିଖୋଜ ଅଛନ୍ତି।

Advertisment

ସେହିପରି ୨୪ଟି ଜିଲ୍ଲାର ୧୩୯ଟି ବ୍ଲକର ୪୯୬୪ ଗ୍ରାମ ପ୍ରଭାବିତ ହୋଇଥିବାବେଳେ ଭାଙ୍ଗିଛି ୭ ହଜାର ୫୪୦ଟି ଘର। ପ୍ରଭାବିତ ହୋଇଛନ୍ତି ୨୩ ଲକ୍ଷ ୮୨ ହଜାର ୭୯୫ ଜଣ ଲୋକ। ଏଯାବତ୍ ୨୦ ହଜାର ୫୫୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। 

ସେପଟେ ହୀରାକୁଦ ପାଣି ଛାଡୁଛି। ଏପଟେ ଫୁଲି ଚାଲିଛି ମହାନଦୀ। ଉପରମୁଣ୍ଡରୁ ପାଣି ଆସୁଛି, ଲଗାଣ ବର୍ଷାପରଠୁ ତଳ ମୁଣ୍ଡରେ ବି ଉଚ୍ଛୁଳୁମୁଚ୍ଛୁଳୁ ହେଲାଣି ନଈ। ଆଜି ସଂଧ୍ୟା ପରଠୁ ଦୁଇଟି ପର୍ଯ୍ୟାୟରେ ଆଉ ୧୦ଟି ଗେଟ୍ ଖୋଲାଯିବାରୁ ଏବେ ମୋଟ୍ ୨୮ଟି ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ପ୍ରବେଶ କରୁଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ, ହୀରାକୁଦ ତଳମୁଣ୍ଡରେ ଏବେ ବର୍ଷା କମିଥିଲେ ବି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଜଳପ୍ରବେଶ ବଢୁଛି।

Advertisment

ତେବେ ଡ୍ୟାମ୍ ଜଳସ୍ତରକୁ ୬୨୮ ଫୁଟ୍ ମଧ୍ୟରେ ସ୍ଥିର ରଖିବା ପାଇଁ ଉଦ୍ୟମ ଚାଲିଛି। ମୁଣ୍ଡୁଳୀଠାରେ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବା ଆଶା କରାଯାଉଥିବାରୁ ମହାନଦୀରେ ଏକ ଛୋଟ କିମ୍ବା ମଧ୍ୟମଧରଣର ବନ୍ୟା ଆଶଙ୍କା କରାଯାଉଛି। ତେବେ ଏହାଦ୍ୱାରା ତଳିଆ ଅଞ୍ଚଳରେ ସ୍ଥିତି ବେଶି ଖରାପ ହେବାର ଆଶଙ୍କା ନାହିଁ ବୋଲି ଏସଆରସି।

ଲଗାଣ ବର୍ଷା କାରଣରୁ ରାଜ୍ୟର ୬ଟି ନଦୀର ଜଳସ୍ତର ବଢୁଛି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ବଂଶଧାରା ଓ ଜଳକା ଫୁଲୁଛି। ନରାଜ ନିକଟରେ ମହାନଦୀ ବିପଦ ସଂକେତର ନିକଟବର୍ତ୍ତୀ। ଜେନାପୁର ନିକଟରେ ବ୍ରାହ୍ମଣୀ ନଦୀ ବିପଦ ସଂକେତର ନିକଟତର ହୋଇଛି। ଆଖୁଆପଦା ନିକଟରେ ବୈତରଣୀ ବିପଦ ସଂକେତର ନିକଟବର୍ତ୍ତୀ ହୋଇଛି। ଏନ୍ଏଚ୍-୫ ନିକଟରେ ବୁଢାବଳଙ୍ଗ ନଦୀ ବିପଦ ସଂକେତର ନିକଟତର ହୋଇଛି। କାଶୀନଗର ନିକଟରେ ବଂଶଧାରା ନଦୀ ବିପଦ ସଂକେତର ନିକଟବର୍ତ୍ତୀ ହୋଇଛି। ମଥାନି ନିକଟରେ ଜଳକା ନଦୀ ବିପଦ ସଂକେତର ନିକଟବର୍ତ୍ତୀ ହୋଇଛି।

SRC Rainfall
Advertisment
Advertisment