Advertisment

ଗିରଫ ହେବାର କିଛି ସମୟ ପରେ ଜାମିନ୍‌ରେ ଆସିଲେ ଯୁବରାଜ ସିଂହ

କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଉପରେ ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଜାମିନରେ ମୁକୁଳିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ହରିୟାଣାର ହିସାର ଜିଲ୍ଲାରେ ଯୁବରାଜଙ୍କୁ ପୋଲିସ ଗିରଫ କରିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Yuvraj Singh

Yuvraj Singh

ଚଣ୍ଡୀଗଡ଼: କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଉପରେ ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଜାମିନରେ ମୁକୁଳିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ହରିୟାଣାର ହିସାର ଜିଲ୍ଲାରେ ଯୁବରାଜଙ୍କୁ ପୋଲିସ ଗିରଫ କରିଥିଲା। ତେବେ କୋର୍ଟରେ ହାଜର ପରେ ତାଙ୍କୁ ଜାମିନ ମିଳି ଯାଇଥିଲା।

Advertisment

ଗତବର୍ଷ ଇନଷ୍ଟାଗ୍ରାମରେ ରୋହିତ୍ ଶର୍ମାଙ୍କ ସହ ଲାଇଭ୍ ଚାଟ୍ ବେଳେ ଯୁବରାଜ, କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଉପରେ ଅନୁସୂଚିତ ଜାତି ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହାପରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଯୁବରାଜ ସିଂଙ୍କ ନାଁରେ ହରିୟାଣାର ହିସାରର ହାଂସି ନଗରରେ ଅନୁସୂଚିତ ଜାତି ଆଇନରେ ମାମଲା ରୁଜୁ ହୋଇଥିଲା। 

Advertisment

କୋର୍ଟଙ୍କ ନିର୍ଦ୍ଦେଶ ପାଳନ ମୁତାବକ ପୋଲିସ୍ ଯୁବରାଜ ସିଂହଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ସୂଚନାଯୋଗ୍ୟ, ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ। ତାଙ୍କ ବିରୋଧରେ ସୋଶାଲ ଆକ୍ଟିଭିଷ୍ଟ ରଜତ କଲସନ ହାଂସୀ ଥାନାରେ ମାମଲା ଦାୟର କରିଥିଲେ। ଏହି ମାମଲାକୁ ଖାରଜ କରିବା ପାଇଁ ଯୁବରାଜ ସିଂହ କୋର୍ଟରେ ଆବେଦନ କରିଥିଲେ। ହେଲେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଜାମିନ ମିଳି ଯାଇଥିଲା।

Yuvraj Singh Yuzvendra Chahal Yuvraj Singh Arrested
Advertisment
Advertisment