Advertisment

ବିଶୃଙ୍ଖଳିତ ଆଚରଣ ପାଇଁ ଅସ୍ଥାୟୀ ଭାବେ ନିଲମ୍ବିତ ହେଲେ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗାଟୋ

ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଭାରତୀୟ ରେସଲିଂ ମହାସଂଘ ପକ୍ଷରୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ମଙ୍ଗଳବାର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

author-image
Minati Mishra
ବିଶୃଙ୍ଖଳିତ ଆଚରଣ ପାଇଁ  ଅସ୍ଥାୟୀ ଭାବେ ନିଲମ୍ବିତ ହେଲେ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗାଟୋ

Indian wrestler Vinesh Phogat

ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଭାରତୀୟ ରେସଲିଂ ମହାସଂଘ ପକ୍ଷରୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ମଙ୍ଗଳବାର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେ କ୍ରୀଡ଼ାଗ୍ରାମରେ ଅନ୍ୟ ଆଥଲେଟମାନଙ୍କ ସହ ତାଲିମ ନେବାକୁ ମନା କରିଦେଇଥିଲେ । ଏହା ସହିତ ସେ ଭାରତୀୟ ଦଳର ଅଫିସିଆଲ କିଟ୍ ପ୍ରାୟୋଜକଙ୍କ ଲୋଗୋ ବ୍ୟବହାର କରିବାକୁ  ମଧ୍ୟ ମନା କରିଦେଇଥିଲେ । 

Advertisment

ନିଜର ଏହି ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତିନୋଟି କାରଣକୁ ନେଇ ତାଙ୍କୁ ନୋଟିସ ଜାରି କରାଯାଇଛି।  ପ୍ରଥମତଃ  କୋଚ୍‌ ବୋଲେର ଏକୋସଙ୍କ ସହ ହଙ୍ଗେରୀରେ ଟ୍ରେନିଂ ନେଉଥିବା ବିନେଶ ସିଧା ଟୋକିଓରେ ପହଞ୍ଚିଥିଲେ। ସେଠାରେ ସେ ଖେଳ ଗାଁରେ ରହିବା ତଥା ଭାରତୀୟ ଟିମ୍‌ ସହ ଟ୍ରେନିଂ ନେବା ପାଇଁ ମନା କରି ଦେଇଥିଲେ। ୨ୟରେ ସେ ଭାରତୀୟ ଦଳର ପ୍ରାୟୋଜକ ଶିବ ନରେଶଙ୍କ ପୋଷାକ ପିନ୍ଧିବା ପାଇଁ ମନା କରିଥିଲେ। ସେ ନିଜ ପ୍ରତିଯୋଗିତା ସମୟରେ ନାଇକିଙ୍କ ପୋଷାକ ପିନ୍ଧିଥିଲେ।   ଆସନ୍ତା ୧୬ ତାରିଖ ସୁଦ୍ଧା ନୋଟିସର ଜବାବ ଦେବାକୁ କୁହାଯାଇଛି।  ମହାସଂଘ ଯଦି ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନହୁଏ ତେବେ ତାଙ୍କୁ ଦୀର୍ଘଦିନ ଧରି ବାସନ୍ଦ କରାଯାଇପାରେ। ସୂଚନାଥାଉ କି, ଅଲିମ୍ପିକ୍ସରେ କ୍ୱାର୍ଟର ଫାଇନାଲରେ ହାରିଯାଇଥିଲେ ବିନେଶ।

ଡବ୍ଲ୍ୟୁଏଫଆଇ ସୂତ୍ରରୁ ଜଣାପଡ଼ିଛି, ଏପରି କରି ବିନେଶ ଖେଳର ଶୃଙ୍ଖଳା ଭଙ୍ଗ କରିଛନ୍ତି। ତାଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି। କୁସ୍ତି ସହ ଜଡ଼ିତ ସମସ୍ତ କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ଲଗାଯାଇଛି। ସେ ନୋଟିସର ଜବାବ ନ  ଦେବା ପର୍ଯ୍ୟନ୍ତ ଜାତୀୟ କିମ୍ବା ଘରୋଇ ପ୍ରତିଯୋଗିତାରେ ଖେଳି ପାରିବେ ନାହିଁ। ଡବ୍ଲ୍ୟୁଏଫଆଇ ଏହାର ନିଷ୍ପତ୍ତି ନେବ। ଏହି ମାମଲାରେ ଡବ୍ଲ୍ୟୁଏଫ ଆଇ ଆଇଓଏକୁ କଡ଼ା ସମାଲୋଚନା କରି ନିଜ ଖେଳାଳିଙ୍କୁ କାହିଁକି ଶୃଙ୍ଖଳିତ କରି ପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ, ବିନେଶଙ୍କୁ ଯେତେବେଳେ ତାଙ୍କର ସାଥୀ ସୋନମ, ଅଂଶୁ ମଲିକ, ସୀମା ବିଲ୍ଲାଙ୍କ ନିକଟରେ ବେଡ ଦିଆଗଲା ସେତେବେଳେ ସେ ହଙ୍ଗାମା କରିଦେଲେ।  ସେ କହିଥିଲେ ଏମାନେ ଭାରତରୁ ଆସିଛନ୍ତି ତେଣୁ ସେମାନଙ୍କ ପାଖରେ ରହିଲେ ସେ କରୋନା ସଂକ୍ରମିତ ହୋଇ ପାରନ୍ତି। 

Advertisment

ଅଧିକାରୀ ଆହୁରି କହିଥିଲେ, ସେ କୌଣସି ଭାରତୀୟ ପହିଲମାନଙ୍କ ସହ ଟ୍ରେନିଂ ନେଇ ନ ଥିଲେ। ତାଙ୍କୁ ଦେଖିଲେ ଲାଗୁଥିଲା ସେ ହଙ୍ଗେରୀ ଟିମ୍‌ ସହ ଆସିଥିଲେ ଏବଂ ଭାରତୀୟ ଦଳ ତାଙ୍କର କୌଣସି ପରିଚୟ ନାହିଁ। ଥରେ ତାଙ୍କର ଟ୍ରେନିଂ ସମୟ ଏବଂ ଭାରତୀୟଙ୍କ ମହିଳା କୁସ୍ତି ଯୋଦ୍ଧାଙ୍କ ଟ୍ରେନିଂ ସମୟ ଏକ ସମୟରେ ଥିଲା। ସେ ଭାରତୀୟ ଖେଳାଳିଙ୍କ ସହ ଗୋଟିଏ ସ୍ଥାନରେ ଅଭ୍ୟାସ କରିପାରିବେ ନାହିଁ ବୋଲି କହିଥିଲେ। ଏପରି ବ୍ୟବହାର ଗ୍ରହଣୀୟ ନୁହେଁ। ବରିଷ୍ଠ ପହିଲମାନଙ୍କଠାରୁ ଏପରି ବ୍ୟବହାର ଆଶା କରାଯାଏ ନାହିଁ ବୋଲି ଅଧିକାରୀ ଜଣକ କହିଥିଲେ। ଏଠି କହିରଖିବୁ, ବିନେଶଙ୍କ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶା କରାଯାଉଥିଲା। 

ଏଥିସହିତ ୧୯ ବର୍ଷୀୟ ସୋନମଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। ଅଧିକାରୀ ଜଣକ କହିଛନ୍ତି, ଏହି ପିଲାଙ୍କୁ ଲାଗଛି ଯେମିତି ସେମାନେ ଜଣେ ଜଣେ ଷ୍ଟାର ପହିଲମାନ । ସେମାନେ କିଛି ବି କରିପାରିବେ। ଟୋକିଓ ଯିବା ପୂର୍ବରୁ ସୋନମ ବା ତାଙ୍କ ପରିବାର ସଦସ୍ୟ ଡବ୍ଲ୍ୟୁଏଫଆଇ କାର୍ଯ୍ୟାଳୟରୁ ପାସପୋର୍ଟ ନେବା କଥା। ହେଲେ ସେ ଅଧିକାରୀଙ୍କୁ ପାସପୋର୍ଟ ନେଇ ଆସିବାକୁ ଆଦେଶ ଦେଇଥିଲେ। ଏହା ମଧ୍ୟ ଗ୍ରହଣୀୟ ନୁହେଁ। 

2020 Tokyo Olympics Tokyo Olympic
Advertisment
Advertisment