Advertisment

ପୁଣି ନିରାଶ କଲେ ଦୂତି ଚାନ୍ଦ

ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତି ଚାନ୍ଦ। ୨୦୦ ମିଟର ହିଟ୍‌ରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ୨୦୦ ମିଟରକୁ ସେ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପୁଣି ନିରାଶ କଲେ ଦୂତି ଚାନ୍ଦ

Dutee Chand

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତି ଚାନ୍ଦ। ସିଜିନରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ସ୍ପ୍ରିଣ୍ଟର ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ଯୋଗ୍ୟତା ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବାରେ ବିଫଳ ହୋଇଛନ୍ତି। ଆଜି ଖେଳା ଯାଇଥିବା ୨୦୦ ମିଟର ହିଟ୍‌ରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ୨୦୦ ମିଟରକୁ ସେ ୨୩.୮୫ ସେକେଣ୍ଡରେ ଅତିକ୍ରମ କରି ସପ୍ତମ ସ୍ଥାନରେ ରହିଛନ୍ତି। 

Advertisment

ତେବେ ୨୦୦ ମିଟର ରେସର ପ୍ରଥମ ରାଉଣ୍ଡରେ ନାମିବିଆର Christine Mboma ୨୨.୧୧ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନରେ ଥିବାବେଳେ ଆମେରିକାର Gabrielle Thomas ୨୨.୨୦ ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ନାଇଜରର Aminatou Seyni ୨୨.୭୨ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନରେ ଅଛନ୍ତି। ଏମାନେ ସମସ୍ତେ ସିଧାସଳଖ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ପୂର୍ବରୁ ଦୂତି ଚାନ୍ଦ ୧୦୦ ମିଟର ରେସ୍‌ରେ ମଧ୍ୟ ବିଫଳ ହୋଇଥିଲେ। ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ନେଇଥିଲେ। ହିଟ୍ସରେ ସେ ସପ୍ତମ ସ୍ଥାନରେ ରହିଥିଲେ। 

ସେହିପରି ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ମହିଳା ହକି ଟିମ୍‌। ବହୁ ବର୍ଷ ପରେ ମହିଳା ହକି ଟିମ୍ ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବାରୁ ସେମାନଙ୍କ ଉପରେ ଦେଶବାସୀଙ୍କ ଆଶା ବଢ଼ି ଯାଇଛି। ଅପରାହ୍ନ ୧ଟା ୩୦ରେ ରହିଛି ଫାଉଦ ମିର୍ଜାଙ୍କ ଜମ୍ପ। ସେହିପରି ସାଢ଼େ ୪ଟାରେ ରହିଛି ମହିଳା ଡିସ୍କସ୍ ଥ୍ରୋ। ଫାଇନାଲରେ ଏଥିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ କମଲପ୍ରୀତ କୌର। ସେ ଫାଇନାଲକୁ ଯାଇଥିବାରୁ ତାଙ୍କ ଉପରେ ପଦକ ଆଶା ଅଛି।

Advertisment

ଅନ୍ୟପକ୍ଷେ, ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମି ଫାଇନାଲରେ ଭାରତ ପହଞ୍ଚିଛି। କ୍ୱାର୍ଟର ଫାଇନାଲରେ ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ୪ ଦଶନ୍ଧି ପରେ ଅଲିମ୍ପିକ୍ସ ସେମିରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍।

Dutee Chand Tokyo Olympics
Advertisment
Advertisment