Advertisment

ନିରାଶ କଲେ ଦୂତି ଚାନ୍ଦ

ଶହେ ମିଟରରେ ଦୂତି ଭଲ କରିପାରିନଥିଲେ ମଧ୍ୟ ତାଙ୍କର ଆଉ ଏକ ଇଭେଣ୍ଟ ଅଛି। ୨ ଶହ ମିଟର ଦୌଡ଼ରେ ମଧ୍ୟ ସେ ଭାଗ ନେବେ। ଦେଶର ଏକମାତ୍ର ଆାଥଲେଟ୍‌ ଭାବେ ଦୁଇଟି ଇଭେଣ୍ଟରେ ସେ ଭାଗ ନେବାର ସୁଯୋଗ ପାଇଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
ଦୂତିଙ୍କ ସମଲିଙ୍ଗୀ ବିବାହ ନିଷ୍ପତ୍ତିକୁ ପରିବାର ଲୋକଙ୍କ ବିରୋଧ, ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

dutee-chand

ନୂଆଦିଲ୍ଲୀ: ଶହେ ମିଟର ଦୌଡ଼ରେ ନିରାଶ କରିଛନ୍ତି ଦୂତି ଚାନ୍ଦ। ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ନେଇଛନ୍ତି। ହିଟ୍ସରେ ସେ ସପ୍ତମ ସ୍ଥାନରେ ରହିଥିଲେ। ଏପରିକି ସେ ନିଜର ରେକର୍ଡରେ ମଧ୍ୟ ଉନ୍ନତି ଆଣିପାରି ନାହାନ୍ତି। ହିଟ୍ସରେ ଦୂତିଙ୍କ ଟାଇମିଂ ଥିଲା ୧୧ ଦଶମିକ ୫୪ ସେକେଣ୍ଡ । ତାଙ୍କର ନିଜ ରେକର୍ଡ ରହିଛି ୧୧ ଦଶମିକ ୧.୭ ସେକେଣ୍ଡ, ଯାହାକି ଜାତୀୟ ରେକର୍ଡ। ଶହେ ମିଟରରେ ଦୂତି ଭଲ କରିପାରିନଥିଲେ ମଧ୍ୟ ତାଙ୍କର ଆଉ ଏକ ଇଭେଣ୍ଟ ଅଛି। ୨ ଶହ ମିଟର ଦୌଡ଼ରେ ମଧ୍ୟ ସେ ଭାଗ ନେବେ। ଦେଶର ଏକମାତ୍ର ଆାଥଲେଟ୍‌ ଭାବେ ଦୁଇଟି ଇଭେଣ୍ଟରେ ସେ ଭାଗ ନେବାର ସୁଯୋଗ ପାଇଛନ୍ତି।

Advertisment

ସେପଟେ, ଟୋକିଓ ଅଲମ୍ପିକ୍ସରେ ଆଉ ଏକ ପଦକ ନିଶ୍ଚିତ କଲେ ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନ (Lovlina Borgohain)। ଲଭଲିନା ମହିଳା ୬୪ରୁ ୬୯ କେଜି ବର୍ଗରେ ସେମିକୁ ଉନ୍ନୀତ ହୋଇଛନ୍ତି। କ୍ୱାର୍ଟର ଫାଇନଲରେ ଚାଇନିଜ ତାଇପେଇର ନିଏନ ଚିନ୍ ଚେନଙ୍କୁ ହରାଇ ସେ ସେମିକୁ ଯାଇଛନ୍ତି। ବକ୍ସିଂରେ ଲଭଲିନା ସେମିକୁ ଉନ୍ନୀତ ହେବା ସହ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି।

Advertisment

ଲଭଲିନା ପ୍ରଥମଥର ପାଇଁ ଅଲମ୍ପିକ୍ସରେ ଭାଗ ନେଇଛନ୍ତି। ସେ କ୍ୱାର୍ଟର ଫାଇନାଲରେ ତାଇପେଇର ନିଏନ ଚିନ୍ ଚେନଙ୍କୁ୩-୨ ଗୋଲରେ ହରାଇଥିଲେ। ଏହା ପୂର୍ବରୁ ମହିଳା ୱେଟ ଲିଫ୍ଟର ମୀରାବାଈ ଚାନୁ ଦେଶ ପାଇଁ ସିଲ୍‌ଭର ମେଡାଲ ଜିତିଛନ୍ତି। ଲଭଲିନା ପୂର୍ବରୁ ବୋରଗୋହେନ ବିଶ୍ୱ ଚାମ୍ପିୟାନସିପରେ ୨ଟି ଏବଂ ଏସିଆ ଚାମ୍ପିଅନସିପ୍‌ରେ ଗୋଟିଏ କାଂସ୍ୟ ପଦକ ଜିତିଥିଲେ। ଲବଲିନାଙ୍କ ପୂର୍ବରୁ ମହିଳା ବକ୍ସର ଏମସି ମେରିକମ୍‌ ୨୦୧୨ ଲଣ୍ଡନ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଅଲମ୍ପିକ ଇତିହାସରେ ମାତ୍ର ୨ ଜଣ ମହିଳା ବକ୍ସର ଏହି ମେଡଲ ଜିତିବାର ସୌଭାଗ୍ୟ ପାଇଛନ୍ତି। ଅନ୍ୟପକ୍ଷେ ପୁରୁଷ ବିଭାଗରେ ୨୦୦୯ ବେଜିଂ ଅଲମ୍ପିକ୍ସରେ ବିଜେନ୍ଦର ସିଂହ ବ୍ରୋଞ୍ଜ ମେଡାଲ ଜିତିଥିଲେ।

Dutee Chand Olympic
Advertisment
Advertisment