Advertisment

ଟୋକିଓ ଅଲମ୍ପିକ୍ସ: ଆଉ ଏକ ପଦକ ନିଶ୍ଚିତ କଲେ ଲଭଲିନା

ଟୋକିଓ ଅଲମ୍ପିକ୍ସରେ ଆଉ ଏକ ପଦକ ନିଶ୍ଚିତ କଲେ ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନ । ଲଭଲିନା ମହିଳା ୬୪ରୁ ୬୯ କେଜି ବର୍ଗରେ ସେମିକୁ ଉନ୍ନୀତ ହୋଇ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
ଟୋକିଓ ଅଲମ୍ପିକ୍ସ: ଆଉ ଏକ ପଦକ ନିଶ୍ଚିତ କଲେ ଲଭଲିନା

Lovlina Borgohain reached semi finals

ଟୋକିଓ: ଟୋକିଓ ଅଲମ୍ପିକ୍ସରେ ଆଉ ଏକ ପଦକ ନିଶ୍ଚିତ କଲେ ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନ (Lovlina Borgohain)। ଲଭଲିନା ମହିଳା ୬୪ରୁ ୬୯ କେଜି ବର୍ଗରେ ସେମିକୁ ଉନ୍ନୀତ ହୋଇଛନ୍ତି। କ୍ୱାର୍ଟର ଫାଇନଲରେ ଚାଇନିଜ ତାଇପେଇର ନିଏନ ଚିନ୍ ଚେନଙ୍କୁ ହରାଇ ସେ ସେମିକୁ ଯାଇଛନ୍ତି। ବକ୍ସିଂରେ ଲଭଲିନା ସେମିକୁ ଉନ୍ନୀତ ହେବା ସହ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି। 

Advertisment

ଲଭଲିନା ପ୍ରଥମଥର ପାଇଁ ଅଲମ୍ପିକ୍ସରେ ଭାଗ ନେଇଛନ୍ତି। ସେ କ୍ୱାର୍ଟର ଫାଇନାଲରେ ତାଇପେଇର ନିଏନ ଚିନ୍ ଚେନଙ୍କୁ୩-୨ ଗୋଲରେ ହରାଇଥିଲେ। ଏହା ପୂର୍ବରୁ ମହିଳା ୱେଟ ଲିଫ୍ଟର ମୀରାବାଈ ଚାନୁ ଦେଶ ପାଇଁ ସିଲ୍‌ଭର ମେଡାଲ ଜିତିଛନ୍ତି। ଲଭଲିନା ପୂର୍ବରୁ  ବୋରଗୋହେନ ବିଶ୍ୱ ଚାମ୍ପିୟାନସିପରେ ୨ଟି ଏବଂ ଏସିଆ ଚାମ୍ପିଅନସିପ୍‌ରେ ଗୋଟିଏ କାଂସ୍ୟ ପଦକ ଜିତିଥିଲେ। ଲବଲିନାଙ୍କ ପୂର୍ବରୁ ମହିଳା ବକ୍ସର ଏମସି ମେରିକମ୍‌ ୨୦୧୨ ଲଣ୍ଡନ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଅଲମ୍ପିକ ଇତିହାସରେ ମାତ୍ର ୨ ଜଣ ମହିଳା ବକ୍ସର ଏହି ମେଡଲ ଜିତିବାର ସୌଭାଗ୍ୟ ପାଇଛନ୍ତି। ଅନ୍ୟପକ୍ଷେ ପୁରୁଷ ବିଭାଗରେ ୨୦୦୯  ବେଜିଂ ଅଲମ୍ପିକ୍ସରେ ବିଜେନ୍ଦର ସିଂହ ବ୍ରୋଞ୍ଜ ମେଡାଲ ଜିତିଥିଲେ।

Advertisment

ଆସାମର ୨୩ ବର୍ଷୀୟ ଲଭଲିନା ବୋରଗୋହେନଙ୍କ ବ୍ୟତୀତ ମହିଳା ବକ୍ସର ପୂଜା ରାନୀ ମଧ୍ୟ ମେଡଲ ରେସ୍‌ରେ ଅଛନ୍ତି। ସେ ଜୁଲାଇ ୩୧ କ୍ୱାଟର ଫାଇନାଲରେ ଚୀନର କିଆନ ଲି’ ଙ୍କୁ ଭେଟିବେ। ସେହିପରି ମାରିକମ୍‌ ଏବଂ ସୀମରନଜୀତ୍‌ କୌର ରାଉଣ୍ଡ-୧୬ରେ ହାରି ଖେଳରୁ ବାହାରି ଯାଇଛନ୍ତି। ଭାରତର ୪ ଜଣ ମହିଳା ଖେଳାଳି ଅଲମ୍ପିକ ପାଇଁ କ୍ୱାଲିଫାଏ କରିଥିଲେ। 

ଅନ୍ୟପକ୍ଷେ ଟୋକିଓ ଅଲମ୍ପିକ୍ସ ଷ୍ଟିପଲଚେସରେ ଅବିନାଶ ସାବଲେ ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି  । ଅବିନାଶ ତାଙ୍କ ଖେଳରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ଏହା ଫାଇନାଲକୁ ଯୋଗ୍ୟତା ପାଇଁ ପର୍ଯ୍ୟାପ୍ତ ନଥିଲା । ଅବିନାଶ ୮ମିନିଟ ୧୮.୧୨ ସେକେଣ୍ଡ ସମୟନେଇ ୪୪ଜଣ ଆଥଲେଟଙ୍କ ମଧ୍ୟରେ ୧୩ତମ ସ୍ଥାନରେ ରହିଥିଲେ । ଫାଇନାଲ ରାଉଣ୍ଡକୁ ଯାଇ ପାରି ନଥିଲେ ମଧ୍ୟ ଅବିନାଶ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି ।

Boxing 2020 Tokyo Olympics
Advertisment
Advertisment