tokyo-olympics-india-mens-hockey-team
ନୂଆଦିଲ୍ଲୀ: ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ରିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନାକୁ ୩-୧ରେ ହରାଇଛି ଭାରତ। ଏହି ବିଜୟ ସହିତ ଭାରତୀୟ ଟିମ୍ କ୍ୱାଟର ଫାଇନାଲରେ ପ୍ରବେଶ କରିଛି। ପୁଲ ଏରେ ୯ ପଏଣ୍ଟ ସହ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବା ପରେ ପଦକ ଆଶାକୁ ଉଜ୍ଜୀବିତ କରିଛି ଟିମ୍।
ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ବହୁତ ଭଲ ଥିଲା। ଆର୍ଜେଣ୍ଟିନା ପରି ଶକ୍ତିଶାଳୀ ଟିମ୍କୁ ହରାଇ ଭାରତ ପଦକ ପାଇବା ପାଇଁ ଦାବିଦାର ବୋଲି ସାବ୍ୟସ୍ତ କରିଛି। ଭାରତ ପକ୍ଷରୁ ବରୁଣ କୁମାର, ବିବେକ ସାଗର ପ୍ରସାଦ ଏବଂ ହରମନପ୍ରୀତ ସିଂହ ଗୋଲ କରି ଭାରତକୁ ଏକ ଦମ୍ଦାର ଜିତ୍ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ।
ଆର୍ଜେଣ୍ଟିନା ପାଇଁ ଏକମାତ୍ର ଗୋଲ ମେଇକୋ କେସେଲା ୪୮ ମିନିଟରେ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଦୁଇ ଟିମ୍ ବଲାନ୍ସ ରଖି ଖେଳୁଥିଲେ। ସେଥିପାଇଁ ହାଫ୍ ଟାଇମ ସୁଦ୍ଧ ସ୍କୋର ୦-୦ ଥିଲା। ୪୩ ମିନିଟ୍ରେ ବରୁଣ କୁମାର ପେନାଲ୍ଟି କର୍ଣ୍ଣରରେ ଗୋଲ କରି ଭାରତକୁ ଗୋଟିଏ ପାଦ ଆଗକୁ ନେଇଥିଲେ। ଏହା ପରେ ହରମନପ୍ରୀତ ଭାରତ ପକ୍ଷରୁ ପୁଣି ଆଉ ଏକ ଗୋଲ କରିଥିଲେ। ଟୋକିଓ ଅଲମ୍ପିକରେ ଏହାର ତାଙ୍କର ତୃତୀୟ ଗୋଲ୍ ଅଟେ।
Also Read
ମନପ୍ରୀତଙ୍କ ଅଧିନାୟକତ୍ୱରେ ଭାରତୀୟ ହକି ଟିମ୍ ପ୍ରଥମରୁ ପ୍ରଭାବ ବିସ୍ତାର କରି ଖେଳିଥିଲା । ଏଥିଯୋଗୁଁ ଆର୍ଜେଣ୍ଟିନା ଚାପରେ ରହିଥିଲା ପୂର୍ବରୁ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଓ ସ୍ପେନକୁ ହରାଇଥିବା ବେଳେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ଶେଷ ଲିଗ୍ ମ୍ୟାଚରେ ଟିମ ଇଣ୍ଡିଆ ଆୟୋଜକ ଜାପାନକୁ ଭେଟିବ ।
ସୂଚନାଥାଉ କି ଅଲମ୍ପିକରେ ଭାରତ ଶେଷଥର ପାଇ ୧୯୮୦ରେ ପାଇଥିଲା। ଅଲମ୍ପିକ୍ରେ ଭାରତୀୟ ହକିକୁ ବର୍ତ୍ତମାନ ସୁଦ୍ଧା ୧୧ଟି ମେଡାଲ ମିଳି ସାରିଛି ଯେଉଁଥିରୁ ୮ଟି ସ୍ୱର୍ଣ୍ଣ । ତେବେ ଏଥର ଭାରତୀୟ ଟିମ୍ ମେଡଲ ହାତେଇବାରେ କେତେ ସଫଳ ହେଉଛି ।
ଅନ୍ୟପକ୍ଷେ ଅଲମ୍ପକ୍ରେ ପିଭି ସିନ୍ଧୁ ଏବଂ ତୀରନ୍ଦଜ ଅତନୁ ଦାସ ପଦକ ଆଶା ଉଜ୍ଜୀବୀତ କରିଛନ୍ତି। ଅତନୁ ଗୋଲ୍ଡ ମେଡାଲିଷ୍ଟ ଓ ଜିନ୍ହ୍ୟୋକଙ୍କୁ ଶୁଟ୍ ଅଫ ଜରିଆରେ ୬-୫ରେ ହରାଇଛି। ପ୍ରଥମ ସେଟ ୨୬-୨୫ରେ ହରାଇବା ପରେ ଅତନୁ ୨ୟ ଏବଂ ୩ୟ ସେଟ୍ ୨୭-୨୭ରେ ବରାବର ରହିଥିଲେ। ୪ର୍ଥ ସେଟ୍ରେ ଅତନୁ ୨୭-୨୨ରେ ଜିତିଥିଲେ। ୫ମ ସେଟ୍ରେ ମ୍ୟାଚ୍ ୨୮-୨୮ରେ ବରାବର ରହିଥିଲା। ଶୁଟ୍ ଅଫରେ ଓ ଜିନ୍ହ୍ୟୋକ ୯ ସ୍କୋର କରିଥିବାବେଳେ ଅତନୁ ୧୦ ସ୍କୋର କରି ଜିତିଥିଲେ।
ସେହିପରି ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ କ୍ୱାଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମେଡଲ ଠାରୁ ସେ ମାତ୍ର ଦୁଇ ପାଦ ପଛରେ ଅଛନ୍ତି ଅର୍ଥାତ ଆଉ ୨ଟି ବିଜୟ ପରେ ତାଙ୍କର ପଦକ ଆଶା ନିଶ୍ଚିତ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)