Advertisment

Tokyo Olympics: ଇତିହାସ ରଚିଲା ଭାରତ, ନୀରଜ ଦେଲେ ସ୍ୱର୍ଣ୍ଣ ଉପହାର

ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ । ଟୋକିଓରେ ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Tokyo Olympics: ଇତିହାସ ରଚିଲା ଭାରତ, ନୀରଜ ଦେଲେ ସ୍ୱର୍ଣ୍ଣ ଉପହାର

Niraj Chopra

ଟୋକିଓ: ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ । ଟୋକିଓରେ ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା । ଭାରତକୁ ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ନୀରଜ ଚୋପ୍ରା ଦେଲେ ସ୍ୱର୍ଣ୍ଣ ପଦକ । ସାରା ବିଶ୍ୱରେ ଭାରତ ଗର୍ବ ଆଉ ଗୌରବ ସାଜିଲେ ନୀରଜ । 

Advertisment

ପ୍ରଥମ ରାଉଣ୍ଡରେ ୮୭.୦୩ ମିଟର ଥ୍ରୋ କରି ନୀରଜ ଆଗରେ ରହିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ସେ ଆଗରେ ରହିଥିଲେ । ଦ୍ୱିତୀୟ ରାଉଣ୍ଡରେ ସେ ୮୭.୫୮ ମିଟର ଜାଭେଲିନ୍‌ ଥ୍ରୋ କରି ସମସ୍ତଙ୍କୁ ଚକିତ କରିଥିଲେ  । ଏହି ପଦକକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

Advertisment

ତେବେ ଶନିବାର ନୀରଜଙ୍କ ପୂର୍ବରୁ ବଜରଙ୍ଗ ପୁନିଆ ମଧ୍ୟ ଭାରତକୁ ଦେଇଛନ୍ତି ପଦକ ଉପହାର । ସେ ୬୫ କେଜି ଫ୍ରିଷ୍ଟାଇଲ୍‌ ରେସଲିଂରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । କାଜାକସ୍ଥାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଥିଲେ । ଗତକାଲି ସେମିଫାଇନାଲରେ ହାରିଥିବା ବଜରଙ୍ଗ ଆଜି କାଜାଖସ୍ତାନର ଦୌଲେତ ନିୟାଜ ବେକୋଭଙ୍କୁ ୮-୦ ପଏଣ୍ଟରେ ପରାସ୍ତ କରିଛନ୍ତି । 

ଟୋକିଓ ଅଲିମ୍ପିକ୍ସରେ ଭାରତ ଏବେ ସୁଦ୍ଧା ୨ଟି ରୌପ୍ୟ ପଦକ ଜିତିଥିବା ବେଳେ ୪ଟି ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛି । ଭାରତକୁ ମୀରାବାଈ ଚାନୁ ପ୍ରଥମେ ଭାରୋତ୍ତଳନରେ ରୌପ୍ୟ ପଦକ ଉପହାର ଦେଇଥିବା ବେଳେ ପରେ ପିଭି ସିନ୍ଧୁ, ରବି ଦହିୟା ରେସିଲିଂରେ ରୌପ୍ୟ ଦେଇଥିଲେ। ମହିଳା ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ପିଭି ସିନ୍ଧୁ, ବକ୍ସିଂରେ ଲଭଲିନା, କୁସ୍ତିରେ ବଜରଙ୍ଗ ପୁନିଆ ଭାରତକୁ ବ୍ରୋଞ୍ଜ ପଦକ ଉପହାର ଦେଇ ସାରିଛନ୍ତି । ଏହାସହ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସରେ ଇତିହାସ ରଚିଛି ।

Javelin Throw Tokyo Olympics 2020 Niraj Chopra
Advertisment
Advertisment