Advertisment

ଟୋକିଓ ଅଲିମ୍ପିକ୍ସ: ବ୍ରୋଞ୍ଜ ଜିତିଲେ ସିନ୍ଧୁ

ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ’ଙ୍କୁ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଦମଦାର ଖେଳ ଦେଖାଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
ଟୋକିଓ ଅଲିମ୍ପିକ୍ସ: ବ୍ରୋଞ୍ଜ ଜିତିଲେ ସିନ୍ଧୁ

PV sindhu

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଲେ ପିଭି ସିନ୍ଧୁ। ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଲେ। ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଲେ ସିନ୍ଧୁ। ବ୍ୟକ୍ତିଗତ ୨ଟି ଅଲିମ୍ପିକ୍ସ ପଦକ ଜିତିବାରେ ସିନ୍ଧୁ ୨ୟ ଭାରତୀୟ। ରବିବାର ଖେଳାଯାଇଥିବା ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଚାଇନାର ହି ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨୧-୧୩, ୨୧-୧୫ ଗେମରେ ହରାଇ ଏହି ବଡ଼ ସଫଳତା ଅର୍ଜନ କରିଛନ୍ତି। ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ’ଙ୍କୁ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଦମଦାର ଖେଳ ଦେଖାଇଛନ୍ତି।

Advertisment

ଚଳିତ ଅଲିମ୍ପିକ୍ସରେ ସିନ୍ଧୁଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା। ଗ୍ରୁପ୍ ଷ୍ଟେଜରେ ସିନ୍ଧୁ ପ୍ରଥମ ମ୍ୟାଚରେ ଇସ୍ରାଏଲର ସେନିଆ ପୋଲିକାର୍ପୋଭାଙ୍କୁ ୨୧-୭, ୨୧-୧୦ ଗେମରେ ହରାଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ହଂକଂର ଚିଉଙ୍ଗ ଗାନ୍ ୟି’ଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରିଥିଲେ। ସେହିପରି ପ୍ରି-କ୍ୱାର୍ଟର୍ ଫାଇନାଲରେ ଡେନମାର୍କର ମିଆ ବ୍ଲିଚଫେଲ୍ଟଙ୍କୁ ସିଧାସଳଖ ୨୧-୧୫, ୨୧-୧୩ ଗେମରେ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଥିଲେ।

Advertisment

କ୍ୱାର୍ଟର୍ ଫାଇନାଲରେ ସେ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୮, ୨୧-୯ ଗେମରେ ହରାଇ ସେମିଫାଇନାଲ୍ ଟିକେଟ୍ କାଟିଥିଲେ। କିନ୍ତୁ ଅନ୍ତିମ-୪ରେ ସିନ୍ଧୁ ତାଇପେଇର ତାଇ ଜୁ ୟିଙ୍ଗଠାରୁ ୧୮-୨୧, ୧୨-୨୧ ଗେମରେ ହାରି ଫାଇନାଲ୍ ରେସରୁ ଆଉଟ୍ ହୋଇଥିଲେ। ତାଙ୍କର ବିଜୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। 

ଟୋକିଓ ଅଲିମ୍ପିକ୍ସରେ ଦ୍ୱିତୀୟ ପଦକ ଆଣି ପ୍ରତିଟି ଭାରତୀୟଙ୍କୁ ଗର୍ବିତ କରିଥିବା ସଟଲ କୁଇନ୍ ପିଭି ସିନ୍ଧୁଙ୍କୁ ଶୁଭେଛା ଜଣାଇଛନ୍ତି। ପୁରୀ ବେଳାଭୂମିର ଝୁରା ବାଲିରେ ଚମତ୍କାର କଳାକୃତି ତିଆରି କରି ପିଭି ସିନ୍ଧୁଙ୍କୁ ଶୁଭେଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

Badminton India News Tokyo Olympics Tokyo 2020
Advertisment
Advertisment