• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଆଜି (ରବିବାର) ପାକିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇ ଭାରତ ଆରମ୍ଭ କରିବ ନିଜର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଅଭିଯାନ । ସୁପର ୧୨ର ଏହି ମୁକାବିଲା ଉପରେ ସାରା ବିଶ୍ୱର ନଜର । ଏମିତିକି କୁହାଯାଉଛି ଏହି ମ୍ୟାଚ୍‌ ପାଇଁ ସଟ୍ଟା ବଜାରରେ ପ୍ରାୟ ୧୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲାଗିଛି । ସନ୍ଧ୍ୟା ୭.୩୦ରେ ଭାରତ-ପାକିସ୍ତାନ ଟିମ୍‌ ଦୁବାଇ ମଇଦାନରେ ସାମ୍ନାସାମ୍ନି ହେବେ । ବିରାଟ କୋହଲି ଓ ବାବର ଆଜମ୍‌ଙ୍କ ଟିମ୍‌ ଏହି ମୁକାବିଲା ପାଇଁ ଅନେକ ଝାଳ ବୁହାଇଛନ୍ତି ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୧ ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କୁ ଦଳର ମେଣ୍ଟର ଭାବେ ଗ୍ରହଣ କରାଯାଇଛି । ଆଉ ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଟିମ୍‌ର ମେଣ୍ଟର ଧୋନୀ, ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଭଲ ଟ୍ୟୁସନ୍‌ କରିଥିବା ଦେଖାଯାଇଛି ।

ମ୍ୟାଚ୍‌ ପୂର୍ବରୁ ପୁରା ଭାରତୀୟ ଟିମ୍‌ ମଇଦାନରେ ପ୍ରବଳ ଅଭ୍ୟାସ କରିବା ସହ ଝାଳ ବୁହାଇଛି । ଆଉ ଏହି ସମୟରେ ମଇଦାନରେ କୋହଲିଙ୍କୁ ଟିପ୍ସ ଦେଉଥିଲେ ଏମ୍‌ଏସ୍‌ ଧୋନୀ ।

ଅନ୍ୟପଟେ ରୋହିତ ଶର୍ମା ମଧ୍ୟ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରୁଥିବା ନଜର ଆସିଛନ୍ତି ।ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବର ଅଭ୍ୟାସ ବେଳେ ଧୋନୀ ଥ୍ରୋ-ଡାଉନ୍‌ ବିଶେଷଜ୍ଞର ଭୁମିକା ତୁଲାଇଛନ୍ତି । ଧୋନୀ ଥ୍ରୋ-ଡାଉନ୍‌ ବିଶେଷଜ୍ଞ ରାଘବେନ୍ଦ, ନୂଆନ୍‌ ଓ ଦୟାନନ୍ଦଙ୍କୁ ସହଯୋଗ କରୁଥିବା ଦେଖାଯାଇଛି ।

ସୂଚନାଯୋଗ୍ୟ, ପାକିସ୍ତାନ ବିପକ୍ଷରେ ଭାରତ ୮ଟି ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛି । ଯେଉଁଥିରୁ ୬ଟିରେ ଭାରତର ବିଜୟ ହୋଇଛି । ଗୋଟିଏ ମ୍ୟାଚ୍‌ ଡ୍ର ରହିଥିଲା । ଆଉ ଗୋଟିଏ ମ୍ୟାଚ୍‌ରେ ଭାରତ ପରାଜିତ ହୋଇଛି । ପାକିସ୍ତାନ ବିପକ୍ଷରେ ଶେଷ ୪ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତର ବିଜୟ ହୋଇଛି ।

MS DhoniMS Dhoni

ଏମ୍‌ଏସ୍‌ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଜୋହାନ୍ସବର୍ଗରେ ଖେଳାଯାଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୫ ରନ୍‌ରେ ବିଜୟ ହୋଇଥିଲା ।

Other Stories

  • T20 World Cup
    Sports ସୁପର୍ ସଣ୍ଡେରେ ସୁପର୍ ଫାଇଟ୍‌: ବାବର୍ ବ୍ରିଗେଡ୍‌କୁ ଟକ୍କର ଦେବ ବିରାଟ ବାହିନୀ

    ସୁପର୍ ସଣ୍ଡେରେ ସୁପର୍ ଫାଇଟ୍। ଟି-୨୦ ବିଶ୍ୱକପ୍‌(T20 World Cup)ରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଟକ୍କର। କ୍ରିକେଟ୍ ମୈଦାନରେ ଜମିବ ହାଇଭୋଲ୍‌ଟେଜ ମ୍ୟାଚ୍। ଦୁବାଇ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ବାବର୍ ବ୍ରିଗେଡ୍‌କୁ ଟକ୍କର ଦେବ ବିରାଟ ବାହିନୀ।...

  • Govt Assistance To Mahaling College Raises Eyebrows
    Miscellaneous ମହାଲିଙ୍ଗ କଲେଜରେ ଢାଳୁଥିଲେ ସରକାରୀ ଘିଅ !

    ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିକୁ ଟାଣିଓଟାରି ଏକ ଘରୋଇ କଲେଜର ବିକାଶ କାମରେ ଲଗାଇବାକୁ ନେଇ ୨୦୧୪ରେ ସିଏଜି ବି ଆପତ୍ତି ଉଠାଇଥିଲେ। ତେବେ ସିଏଜିଙ୍କ ଆପତ୍ତି ପରେ ବି ଏହି କଲେଜକୁ କାହିଁକି ଅନୁଦାନର ସୁଅ...

  • PM Narendra Modi
    COVID-19 ୭ ଟିକା ଉତ୍ପାଦନକାରୀ କମ୍ପାନିର ପ୍ରତିନିଧିଙ୍କୁ ଭେଟିଲେ ମୋଦି

    କୋଭିଡ୍ ବିରୋଧୀ ଯୁଦ୍ଧରେ ଦେଶରେ ଶହେ କୋଟି ଭ୍ୟାକ୍ସିନ ଡୋଜ୍ ସଫଳତାର ସହ ଦିଆଯିବାର ଦିନକ ପରେ ଟିକା ନିର୍ମାତା କଂପାନି ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବର୍ତ୍ତମାନ ସୁଧା ମିଳିଥିବା ଉପଲବ୍ଧି ଓ ଆଗକୁ ଆହୁରି ଗବେଷଣା...

  • NCPCR notice to bolangir SP
    Crime ୫ ଦିନରେ ତଦନ୍ତ ସାର: NCPCR

    ଏହା ପୂର୍ବରୁ ଏହି ମାମଲାରେ ଜାତୀୟ ମହିଳା କମିଶନ(NCW) ଅଧ୍ୟକ୍ଷା ରେଖା ଶର୍ମା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ନିରପେକ୍ଷ ତଦନ୍ତ ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଚିଠିରେ ଲେଖିଥିଲେ।