Advertisment

ବିରାଟଙ୍କ କ୍ଲବରେ ମନ୍ଧାନା: ପିଙ୍କ୍ ବଲରେ ଐତିହାସିକ ଶତକ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଐତିହାସିକ ଡେ-ନାଇଟ୍ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଏକ ଚମତ୍କାର ଶତକ ହାସଲ କରିଥିଛନ୍ତି। ଏହା ହେଉଛି ମନ୍ଧାନାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ। ସେ ୧୮ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ମାତ୍ର ୧୭୦ ବଲରେ ଏହି ଶତକ ହାସଲ କରିଥିଲେ।

author-image
Otv Khabar Bureau
Smriti Mandhana

Smriti Mandhana

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଐତିହାସିକ ଡେ-ନାଇଟ୍ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଏକ ଚମତ୍କାର ଶତକ ହାସଲ କରିଥିଛନ୍ତି। ଏହା ହେଉଛି ମନ୍ଧାନାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ। ସେ ୧୮ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ମାତ୍ର ୧୭୦ ବଲରେ ଏହି ଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ପ୍ରଥମେ ବିରାଟ କୋହିଲି ପିଙ୍କ୍‌ ବଲ ଟେଷ୍ଟରେ ଶତକ ହାସଲ କରିଥିଲେ। ଏହାପରେ ସ୍ମୃତି ମନ୍ଧାନା ଦ୍ୱିତୀୟ କ୍ରିକେଟର ଭାବେ ଏହି ଲକ୍ଷ୍ୟ ହାସଲ କରିଛନ୍ତି।

Advertisment

ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବିସ୍ଫୋରକ ବ୍ୟାଟିଂ କରି ମନ୍ଧାନା ୧୧ ଚୌକା ସହାୟତାରେ ମାତ୍ର ୫୧ ବଲରେ ପଚାଶ ରନରେ ପହଞ୍ଚିଥିଲେ। ସ୍ମୃତି ମନ୍ଧାନା ଡାର୍ସି ବ୍ରାଉନଙ୍କ ଗୋଟିଏ ଓଭରରେ ଚାରିଟି ସେ ଚାରଟି ଚୌକା ମାରିଥିଲେ। ଶେଫଲି ଭର୍ମାଙ୍କ ସହ ସ୍ମୃତି ପ୍ରଥମ ୱିକେଟ୍‌ରେ ୯୩ ରନ୍ ଯୋଡିଥିଲେ। ସେଫାଳି ୩୧ ରନ୍‌ରେ ହିଁ ସୋଫି ମୋଲିନୁଙ୍କ ବଲରେ ଆଉଟ ହୋଇଗଲେ।

Advertisment

ମାତ୍ର ୧୮ ବର୍ଷ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିବା ମନ୍ଧାନା ତାଙ୍କ ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୦୧୪ ରେ ଇଂଲଣ୍ଡ ବିପକ୍ଷରେ ଏହି ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଟେଷ୍ଟର ୭ ବର୍ଷ ପରେ ଭାରତୀୟ ମହିଳା ଦଳ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଇଥିଲେ। ଏହି ଟେଷ୍ଟ ମ୍ୟାଚ୍‌ଟି ତିନିମାସ ପୂର୍ବେ ଇଂଲଣ୍ଡର ବ୍ରିଷ୍ଟଲ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା, ଯେଉଁଥିରେ ସ୍ମୃତି ମନ୍ଧାନା ଧୁଆଁଧାର ବ୍ୟାଟିଂ କରି ୭୮ ରନ୍ କରିଥିଲେ। ଏହି ମ୍ୟାଚଟି ପରବର୍ତ୍ତୀ ମୂହୁର୍ତ୍ତରେ ଡ୍ର ହୋଇ ଯାଇଥିଲା।

୨୫ ବର୍ଷୀୟା ସ୍ମୃତି ମନ୍ଧାନା ଉଭୟ ଏକଦିବସୀୟ ଏବଂ ଟି -20 କ୍ରିକେଟରେ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ମନ୍ଧାନା ବର୍ତ୍ତମାନ ପର୍ଯ୍ୟନ୍ତ ୪୨ ଟି ଏକଦିବସୀୟ ମ୍ୟାଚ୍ ଖେଳି ୨୩୭୭ ରନ୍ ସଂଗ୍ରହ କରିଥିବା ବେଳେ ଟି -20 କ୍ରିକେଟରେ ୮୧ ମ୍ୟାଚ୍ ଖେଳି ୧୯୦୧ ରନ୍ ସଂଗ୍ରହ କରିଛନ୍ତି। ଆଗାମୀ ଦିନରେ ଆହୁରି ବଡ କିର୍ତ୍ତୀମାନ ସ୍ଥାପନ କରିବା ପାଇଁ ମନ୍ଧାନା ଚେଷ୍ଟା କରିବେ ବୋଲି କହିଛନ୍ତି।

Smriti Mandhana Century Pink Ball Cricket
Advertisment
Advertisment