Advertisment

ହାତକୁ ଦୁଇ ହାତ ହେବେ ଲର୍ଡ ଠାକୁର୍‌

ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଅଲରାଉଣ୍ତର ଶାର୍ଦ୍ଦୁଲ ଠାକୁର । ଗତକାଲି ଶାର୍ଦ୍ଦୁଲ ନିଜ ଗର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କ ସହ ନିର୍ବନ୍ଧ କରିଛନ୍ତି। ଦୁହିଁଙ୍କ ନିର୍ବନ୍ଧର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Shardul Thakur Engagement

Shardul Thakur Engagement

ନୂଆଦିଲ୍ଲୀ: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଅଲରାଉଣ୍ତର ଶାର୍ଦ୍ଦୁଲ ଠାକୁର । ଗତକାଲି ଶାର୍ଦ୍ଦୁଲ ନିଜ ଗର୍ଲଫ୍ରେଣ୍ଡ ମିତାଲୀ ପାରୁଲକରଙ୍କ ସହ ନିର୍ବନ୍ଧ କରିଛନ୍ତି। ଦୁହିଁଙ୍କ ନିର୍ବନ୍ଧର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି।

Advertisment

ନିର୍ବନ୍ଧର କାର୍ଯ୍ୟକ୍ରମ ବାନ୍ଦ୍ରା-କୁର୍ଲାସ୍ଥିତ ଏକ କମ୍ପ୍ଲେକ୍ସରେ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ କେବଳ ତାଙ୍କ ନିକଟ ସମ୍ପର୍କୀୟ ସାମିଲ୍ ହୋଇଥିଲେ। ସେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପରେ ବିବାହ କରିବେ ବୋଲି ଟାଇମ୍ସ ଇଣ୍ଡିଆର ଏକ ରିପୋର୍ଟରେ ଜଣାପଡ଼ିଛି।

ଭାରତୀୟ ଦ୍ରୁତ ବୋଲର ଦୀପକ ଚାହରଙ୍କ ଭଉଣୀ ମାଲତି ଚାହର୍ ମଧ୍ୟ ନିର୍ବନ୍ଧ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଶାର୍ଦ୍ଦୁଲ ଏବଂ ମିତାଲିଙ୍କ କିଛି ଫଟୋ ମଧ୍ୟ ସେୟାର କରିଥିଲେ। ଏହା ସହିତ ସେ ମିତାଲି ଓ ଶାର୍ଦ୍ଦୁଲଙ୍କୁ ଅଭିନନ୍ଦନ ଜଣାଇବା ସହ ଉଭୟଙ୍କ ସୁଖ ଏବଂ ପ୍ରେମ କାମନା କରୁଥିବାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି।

Advertisment

ବର୍ତ୍ତମାନ ଶାର୍ଦ୍ଦୁଲ ଅତ୍ୟଧିକ କାର୍ଯ୍ୟଭାର ଯୋଗୁ ବୋର୍ଡ ତାଙ୍କୁ ବିଶ୍ରାମ ଦେଇଛନ୍ତି। ଶାର୍ଦ୍ଦୁଲ ଠାକୁର ଭାରତ ପକ୍ଷରୁ ୪ ଟେଷ୍ଟ, ୧୫ ଦିନିକିଆ ଓ ୨୪ ଟି-୨୦ ମ୍ୟାଚ୍ ଖେଳି ମୋଟ ୬୭ ୱିକେଟ୍ ହାସଲ କରିଛନ୍ତି। ସେ ତାଙ୍କର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା ଭାରତକୁ ଅନେକ ସମୟରେ ବିଜୟୀ କରାଇଛନ୍ତି। ସେ ଟେଷ୍ଟରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି।

ଇଂଲଣ୍ଡ ଗସ୍ତରେ ସେ ଭାରତୀୟ ଟେଷ୍ଟ ଟିମର ସଦସ୍ୟ ଥିଲେ। ଏହା ପରେ ସେ ୟୁଏଇରେ ଆୟୋଜିତ ଆପିଏଲର ଚତୁର୍ଦ୍ଦଶ ସଂସ୍କରଣରେ ଚେନ୍ନାଇ ପକ୍ଷରୁ ଖେଳିଛନ୍ତି। ସେହିପରି ୟୁଏଇରେ ଆୟୋଜିତ ଟି-୨୦ ବିଶ୍ୱକପରେ ତାଙ୍କୁ ଶେଷ ମୁହୂର୍ତ୍ତରେ ଅକ୍ଷର ପଟେଲଙ୍କ ସ୍ଥାନରେ ଭାରତୀୟ ସ୍କ୍ୱାଡରେ ସାମିଲ୍ କରାଯାଇଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ତାଙ୍କୁ ଚୟନ କରାଯାଇପାରେ।

Shardul Thakur Engagement
Advertisment
Advertisment