• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଏବେ ପଡ଼ିଆରେ ଚାଲିବ ରୋହିତ ରାଜ । ରୋହିତ ଶର୍ମା ଏବେ ନୂଆ କ୍ୟାପ୍‌ଟେନ୍‌ । ଭାରତୀୟ ଟି-୨୦ ଦଳର ନୂଆ ଅଧିନାୟକ ହେଲେ ଟି-୨୦ ସ୍ପେସାଲିଷ୍ଟ ରୋହିତ ଶର୍ମା । ବିରାଟ୍ କୋହଲି ଅଧିନାୟକତ୍ୱ ଛାଡ଼ିବା ପରେ ରୋହିତ ଶର୍ମା ମୁଣ୍ଡାଇଛନ୍ତି ଭାରତୀୟ ଟି-୨୦ ଦଳର ଭାର । ଏବେ ତାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ମ୍ୟାଚ୍‌ ଖେଳିବ । ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବେ । ସେହିଭଳି ଲୋକେଶ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପଟେ ବିସିସିଆଇ ପକ୍ଷରୁ ନ୍ୟୁରଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଟିମ୍‌ ଘୋଷଣା ହୋଇସାରିଛି । ଏହି ଟିମ୍‌ରେ ଋତୁରାଜ, ଶ୍ରେୟସ, ସୂର୍ଯ୍ୟକୁମାର, ଋଷଭ, ଇଶାନ୍‌ କିଶନ୍‌, ଭେଙ୍କଟେସ୍ ଆୟର୍, ୟୁଜବେନ୍ଦ୍ର ଚହଲ, ଆର୍‌ ଅଶ୍ୱିନ୍, ଅକ୍ସର ପଟେଲ, ଆଭିସ ଖାନ୍‌, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ସଲ ପଟେଲ, ମହମ୍ମଦ ସିରାଜଙ୍କୁ ସୁଯୋଗ ଦିଆଯାଇଛି । ଆସନ୍ତା ୧୭ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଭାରତ ।

ଅନ୍ୟପଟେ ଆଜି ଭାରତୀୟ କ୍ରିକେଟ୍‌ ଦଳର କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ‘ଭାରତୀୟ କ୍ରିକେଟ୍ ଟିମ୍ ସବୁ ଫର୍ମାଟରେ ଚାମ୍ପିଅନ୍‌ । ସାରା ବିଶ୍ୱରେ ଟିମ୍ ଇଣ୍ଡିଆର ଖ୍ୟାତି ରହିଛି । ସବୁ ଖେଳାଳି ପ୍ରତିଭାବାନ ।’ ଡ୍ରେସିଂ ରୁମରେ ବିଦାୟୀ କୋଚ୍ ରବି ଶାସ୍ତ୍ରୀ ଏପରି କିଛି କହି ଖେଳାଳିଙ୍କ ଦମ୍ଭ ବଢ଼ାଇଛନ୍ତି । ଟେଷ୍ଟ, ଦିନିକିଆ, ଟି-୨୦, ସବୁ ଫର୍ମାଟରେ ଟିମ୍ ଇଣ୍ଡିଆର ଭଲ ପ୍ରଦର୍ଶନ ରହିଛି । ଚଳିତ ବିଶ୍ୱକପ୍‌ରେ କିଛିଟା ଖରାପ ପ୍ରଦର୍ଶନ ହୋଇଥିଲେ ମଧ୍ୟ ତାହା କୌଣସି ପ୍ରଭାବ ପକାଇବ ନାହିଁ । ଆମେ ଅତୀତରେ କଣ କରିଛୁ ନଭାବି ଆଗକୁ କଣ କରିବା ତାହା ଟିମ୍‌ର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ଦୋହରାଇଥିଲେ ରବି ଶାସ୍ତ୍ରୀ ।

ଗତକାଲି ନାମିବ୍ୟା ବିପକ୍ଷରେ ବିଶାଳ ବିଜୟ ସହ ଭାରତର ଟି-୨୦ ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି । ତାସହ ରବି ଶାସ୍ତ୍ରୀଙ୍କ ମୁଖ୍ୟ କୋଚ୍‌ କାର୍ଯ୍ୟକାଳ ସମାପ୍ତ ହୋଇଛି । ରବି ଶାସ୍ତ୍ରୀଙ୍କ ପରେ ତାଙ୍କ ସ୍ଥାନରେ ରହିବେ ଦଗ୍ରେଟ୍ ୱାଲ୍‌ ରାହୁଲ ଦ୍ରାବିଡ଼ ।