/odishatv-khabar/media/post_attachments/uploadimage/library/16_9/16_9_0/IMAGE_1630753002.jpg)
Pramod Bhagat
ଭୁବନେଶ୍ୱର: ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ। ବ୍ରିଟେନ ପ୍ରତିପକ୍ଷ ଡାନ୍ ବେଥେଲଙ୍କୁ ହରାଇ ଜିତିଲେ। ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇ ସ୍ୱର୍ଣ୍ଣ ଜିତିଛନ୍ତି। ୨୧-୧୪ ଓ ୨୧-୧୭ ସେଟ୍ରେ ଜିତିଲେ ପ୍ରମୋଦ। ଓଡ଼ିଆ ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତ ଫାଇନାଲରେ ଆରମ୍ଭରୁ ପ୍ରମୋଦଙ୍କ ପଲ୍ଲା ଭାରି ରହିଥିଲା। ପ୍ରଥମ ସେଟ୍ରେ ବ୍ରିଟେନ୍ ଖେଳାଳି ଡାନ୍ ବେଥେଲଙ୍କୁ ହରାଇ ଆଗୁଆ ରହିଥିଲେ ପ୍ରମୋଦ। ପ୍ରମୋଦ ଭଗତ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି SL -3 ରେ ଫାଇନାଲରେ ପହଞ୍ଚିଥିଲେ।
ତାଙ୍କର ବିଜୟରେ ବରଗଡ ଜିଲ୍ଲାର ଅତାବିରା ଗାଁ ହସୁଛି। ଏପରିକି ବାଣ ଫୁଟାଇ ନାଚିଥିଲେ ଗାଁ ଲୋକେ। ଘରେ ଘରେ ପ୍ରତି ଲୋକ ସେଲିବ୍ରେସନ୍ କରୁଛନ୍ତି। ପୁଅ ଆଜି ଖେଳିବେ ବୋଲି ଗାଁର ମନ୍ଦିରରେ ଲୋକେ ପୂଜାର୍ଚ୍ଚନା କରିଥିଲେ।
ଐତିହାସିକ ବିଜୟ ସହ ସାରା ଦେଶ ପାଇଁ ଗୌରବ ଆଣିଥିବା ପ୍ରମୋଦ ଭଗତଙ୍କୁ ଚାରିଆଡୁ ଶୁଭେଛାର ସୁଅ ଛୁଟୁଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇବସହ ପୋଡିୟମରେ ଦେଶର ଜତୀୟ ସଙ୍ଗୀତ ଗାନ ଏକ ଉଲ୍ଲାସମୟ ମୁହୂର୍ତ୍ତ ବୋଲି କହିଛନ୍ତି। ସେହିପରି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ସେ ଟୁଇଟ କରିଛନ୍ତି।
G O L D 🥇!
Pramod Bhagat scripts history to bag 1st ever gold medal in Men's Singles SL3 event at #Paralympics
A remarkable achievement !
The 4 time BWF Champion adds a #Paralympics Gold to his name#Cheer4India#Praise4Parapic.twitter.com/qZ77Bf8gJA— Anurag Thakur (@ianuragthakur) September 4, 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
ସ୍ୱର୍ଣ୍ଣ ଆଣିଥିବାରୁ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଟ୍ୱିଟ୍ କରି କହିଲେ- ଭାରତବାସୀଙ୍କ ହୃଦୟ ଜିତିଛନ୍ତି ପ୍ରମୋଦ ଭଗତ। ତାଙ୍କ ସଫଳତା କୋଟି କୋଟି ଭାରତୀୟଙ୍କୁ ଉଦ୍ବୁଦ୍ଧ କରିବ।
Pramod Bhagat has won the hearts of the entire nation. He is a Champion, whose success will motivate millions. He showed remarkable resilience & determination. Congratulations to him for winning the Gold in Badminton. Best wishes to him for his future endeavours. @PramodBhagat83
— Narendra Modi (@narendramodi) September 4, 2021
ସ୍ବର୍ଣ୍ଣିମ ମୁହୂର୍ତ୍ତ !#Tokoy2020 ର #ParaBadminton ରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା। ତୁମ ସଫଳତା ସାରା ଦେଶକୁ ଗୌରବାନ୍ବିତ କରିଛି। ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।#Cheer4India#Praise4Parapic.twitter.com/4gWBVU2d9Y
— Naveen Patnaik (@Naveen_Odisha) September 4, 2021
Golden boy!!!
What a performance!!!
Thank you for making Odisha & India proud again!
Heartiest congratulations to @PramodBhagat83 on winning Gold 🥇 in the #ParaBadminton Men's singles SL3 final in #Tokyo2020#Paralympics.@PandaJay conveys his best wishes to you👍#Praise4Parapic.twitter.com/t0DA3IcAEN
— Office of Jay Panda (@mp_office) September 4, 2021