• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନର ଅଭିଯାନ ଶେଷ ହୋଇଛି । ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଗ୍ରୁପ୍‌ ଲିଗ୍‌ ମ୍ୟାଚ୍‌ଗୁଡ଼ିକରେ ପାକିସ୍ତାନ ଜବରଦସ୍ତ ପ୍ରଦର୍ଶନ କରିଥିବା ବେଳେ ୫ଟି ଯାକ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ଥିଲା । ପାକିସ୍ତାନ ଫର୍ମ ଦେଖି ସମସ୍ତେ ଭାବିଥିଲେ, ଏହି ଦଳ ଏଥର ନିଶ୍ଚୟ ଫାଇନାଲ ଖେଳିବ ଓ ବିଶ୍ୱ ଚାମ୍ପିଅନ୍‌ ହେବ । ହେଲେ ସେମିଫାଇନାଲରେ ଦଳ ପରାଜିତ ହୋଇଛି । ଅଷ୍ଟ୍ରେଲିଆର ମାଥ୍ୟୁ ବେଡ୍‌ଙ୍କ ଦମଦାର୍‌ ଇନିଂସ ଯୋଗୁଁ ପାକିସ୍ତାନ ପରାଜିତ ହୋଇଛି ‍‍ବୋଲି କୁହାଯାଉଛି ।

Sania MirzaSania Mirza

ତେବେ ପାକିସ୍ତାନର ପରାଜୟ ପରେ ସୋସିଆଲ ମିଡିଆରେ ଟେନିସ ତାରକା ସାନିଆ ମିର୍ଜାଙ୍କୁ ନେଇ ଏବେ ଢ଼େର୍‌ ଚର୍ଚ୍ଚା । ସାନିଆଙ୍କୁ ମ୍ୟାଚ୍‌ ପରଠାରୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ସାନିଆ ଭାରତୀୟ ନା ପାକିସ୍ତାନୀ । ସାନିଆ ଭାରତଠାରୁ ସବୁ ସୁବିଧା ପାଉଛନ୍ତି, ତେବେ ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ କିଭଳି ସପୋର୍ଟ କରୁଛନ୍ତି । ଏହା ସାନିଆଙ୍କର କିଭଳି ଆଚରଣ । ଜଣେ ଭାରତୀୟ ହୋଇ ପାକିସ୍ତାନକୁ କିଭଳି ସପୋର୍ଟ କରୁଛନ୍ତି ? ଭାରତୀୟ ଟିମ୍‌ର ବିଜୟରେ ସାନିଆ କେବେ ଖୁସି ହେଉଥିବା କିମ୍ବା ତାଳି ମାରୁଥିବା ଯେତିକି ଦେଖାଯାଏ ନାହିଁ । ପାକିସ୍ତାନ ବିଜୟରେ ସେ ବେଶି ଖୁସି ହେଉଥିବା ଦେଖାଯାଇଛି । ଏଭଳି ଅନେକ ପ୍ରଶ୍ନ ଏବେ ସାନିଆଙ୍କ ବିରୋଧରେ ରହିଛି । ସୋସିଆଲ ମିଡିଆ ଏଭଳି ଅନେକ ପ୍ରଶ୍ନ ସାନିଆ ମିର୍ଜାଙ୍କ ବିରୋଧରେ ଗଦା କରି ରଖିଛନ୍ତି । 

ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ଶୋଏବ ମଲ୍ଲିକଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ଗୋଟିଏ ସନ୍ତାନ ରହିଛି । ଯାହାର ନାଁ ଇଜହାନ୍‌ ମିର୍ଜା । ସାନିଆ ମିର୍ଜା ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୧ ଆରମ୍ଭରୁ ପାକିସ୍ତାନ ଟିମ୍‌ ସହ ରହିଥିଲେ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ହିଁ ସେ ପାକିସ୍ତାନର ବାୟୋ ବବୁଲ୍‌ରେ ସେ ସାମିଲ ହୋଇଥିଲେ । ଭାରତ ବିପକ୍ଷ ମ୍ୟାଚ୍‌କୁ ଛାଡ଼ିଦେଲେ ସାନିଆ ମିର୍ଜା ପାକିସ୍ତାନକୁ ସବୁ ମ୍ୟାଚ୍‌ରେ ସପୋର୍ଟ କରିଥିବା ଦେଖାଯାଇଛି । ଆରମ୍ଭରୁ ତାଙ୍କୁ ପାକିସ୍ତାନର ସଫଳତା ଏବଂ ସୋହେବ ମଲ୍ଲିକଙ୍କ ଇନିଂସରେ ଖୁସି ହେଉଥିବା ଓ ତାଳିମାରୁଥିବା ଦେଖାଯାଇଛି ।

Sania Mirza Sania Mirza

ତେବେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ସେ ପାକିସ୍ତାନକୁ ସପୋର୍ଟ କରିଥିଲେ । ଏହି କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ସମାଲୋଚନା କରାଯାଉଛି । ତାଙ୍କୁ ବିଭିନ୍ନ ପ୍ରକାରର କମେଣ୍ଟ କରି ଟ୍ରୋଲ କରାଯାଉଛି । ସାନିଆ ଏବେ ଇନ୍‌ଷ୍ଟାଗ୍ରାମ୍‌ ଏବଂ ଟ୍ୱିଟରରେ ଟ୍ରେଣ୍ଡ ମଧ୍ୟ କରୁଛନ୍ତି । କିନ୍ତୁ ଅନ୍ୟପଟେ ତାଙ୍କର ଏମିତି ବି କିଛି ପ୍ରଶଂସକ ଅଛନ୍ତି ଯେଉଁମାନେ ସପୋର୍ଟ କରୁଛନ୍ତି । ଖାଲି ସେତିକି ନୁହେଁ ଟ୍ରୋଲର୍ସ ମାନଙ୍କୁ ମଧ୍ୟ କଡ଼ା ଜବାବ ଦାଉଛନ୍ତି ତାଙ୍କ ସପୋର୍ଟର ।

Sania Mirza Sania Mirza

ସୂଚନାଯୋଗ୍ୟ, ସାନିଆ ମିର୍ଜା ଓ ସୋହେବ ମଲ୍ଲିକଙ୍କ ମଧ୍ୟରେ ୨୦୧୨ରେ ବିବାହ ହୋଇଥିଲା । ପାକିସ୍ତାନ କ୍ରିକେଟରଙ୍କୁ ବିବାହ କରିଥିବାରୁ ତାଙ୍କୁ ଆରମ୍ଭରୁ ହିଁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ଭାରତ-ପାକିସ୍ତାନ କ୍ରିକେଟ୍‌ ମ୍ୟାଚ୍‌ ବେଳେ ସାନିଆଙ୍କୁ ନିଶ୍ଚିତ ଭାବେ ଟାର୍ଗେଟ୍‌ କରାଯାଉଛି । ଏମିତିରେ ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ସାନିଆ ନାକାରାତ୍ମକ କମେଣ୍ଟଠାରୁ ଦୂରେଇ ରହିବା ପାଇଁ ସୋସିଆଲ ମିଡିଆରୁ ଦୂରକୁ ଯାଉଛନ୍ତି ବୋଲି ସବୁବେଳେ ଘୋଷଣା କରିଥାନ୍ତି । ଏଥର ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସମାନ କଥା ଘୋଷଣା କରିଥିଲେ ।

Sania Mirza Sania Mirza