Advertisment

ରାଗରେ ବାଉଣ୍ତ୍ରି ଲାଇନରେ ବ୍ୟାଟ୍ ପିଟିଲେ ବିରାଟ୍

ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖାତା ଖୋଲିବାକୁ ଅସମର୍ଥ ହୋଇଛନ୍ତି କ୍ୟାପଟେନ୍ କୋହଲି। ତେବେ ନିଜର ପ୍ରତ୍ୟାବର୍ତ୍ତନରେ ନିରାଶ କରିଛନ୍ତି କ୍ୟାପଟେନ୍ କୋହଲି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Virat Kohli

Virat Kohli

ମୁମ୍ବାଇ: ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତିଥିଲେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ଟି-୨୦ ବିଶ୍ୱକପ ପରେ କ୍ରିକେଟରୁ ବିଶ୍ରାମ ନେଇଥିବା ବିରାଟ ଆଜି ଦଳକୁ କମବ୍ୟାକ କରିଛନ୍ତି। ତେବେ ନିଜର ପ୍ରତ୍ୟାବର୍ତ୍ତନରେ ନିରାଶ କରିଛନ୍ତି କ୍ୟାପଟେନ୍ କୋହଲି। କୋହଲି ମ୍ୟାଚର ପ୍ରଥମ ଇନିଂସରେ ଖାତା ଖୋଲିବାକୁ ଅସମର୍ଥ ହୋଇଛନ୍ତି।

Advertisment

ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ତିଆ ପକ୍ଷରୁ ମୟଙ୍କ ଓ ଶୁବମନ୍ ଗିଲ ପ୍ରଥମ ୱିକେଟ୍ ପାଇଁ ୮୦ ରନ୍ ଯୋଡ଼ିଥିଲେ। ଏହା ପରେ କ୍ରମାଗତ ଭାବରେ ୨ ଟି ୱେକେଟର ପତନ ଘଟିଥିଲା । ଏହାପରେ ପଡିଆକୁ ଓହ୍ଲାଇଥିଲେ କ୍ୟାପଟେନ୍ ବିରାଟ କୋହିଲି। ହେଲେ ପ୍ରଥମ ଇନିଂସରେ ସେ ଖାତା ଖୋଲିବା ପାଇଁ ଅସମର୍ଥ ହୋଇଥିଲେ । ସେ ମାତ୍ର ୪ଟି ବଲ୍ ଖେଳି ଆଉଟ୍ ହୋଇଯାଇଥିଲେ । ତାଙ୍କୁ ଏଜାଜ ପଟେଲ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। କୋହଲି ଡିଆରଏସ୍ ମଧ୍ୟ ନେଇଥିଲେ, କିନ୍ତୁ ଥାର୍ଡ ଅମ୍ପାୟାର ମଧ୍ୟ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିରେ ସହମତ ହୋଇଥିଲେ।

ବିରାଟଙ୍କ ଆଉଟ୍ ହେବା ନିଷ୍ପତ୍ତି ଉପରେ ଏବେ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ବିରାଟ ମଧ୍ୟ ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ରହିଥିଲେ । ସେ ଅନ୍‌ଫିଲ୍ଡ ଅମ୍ପାୟାର ନୀତିନ ମେନନ୍‌ଙ୍କ ସହ କଥା ମଧ୍ୟ ହୋଇଥିଲେ । ଅମ୍ପାୟାରଙ୍କ ଭୁଲ୍ ଡିସିଜନ୍ ଯୋଗୁଁ ବିରାଟ ରାଗି ଯାଇଥିବାର ଦେଖିବାକୁ ମିଳିଥିଲା । ସେ ପଭିଲିଅନକୁ ଫେରିବା ସମୟରେ ନିଜ ବ୍ୟାଟକୁ ବାଉଣ୍ତ୍ରି ଲାଇନରେ ପିଟୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

Advertisment
Ind Vs Nz Test Virat Kohli
Advertisment
Advertisment