Advertisment

ମୀରାବାଇ ଚାନୁଙ୍କ ରୌପ୍ୟ ହୋଇପାରେ ସ୍ୱର୍ଣ୍ଣ

ମୀରାବାଇ ଚାନୁଙ୍କ ରୌପ୍ୟ ପଦକ ହୋଇପାରେ ସ୍ୱର୍ଣ୍ଣ। ଏହାକୁ ନେଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ଭାରତର ୨୬ ବର୍ଷୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଶନିବାର ଟୋକିଓ ଅଲମ୍ପିକ୍‌ରେ ଭାରୋତ୍ତୋଳନରେ ଦେଶ ପାଇଁ ପ୍ରଥମ ରୌପ୍ୟ ପଦକ ଜିତି ‍ଇତିହାସ ରଚିଛନ୍ତି।

author-image
Pramod Behera
ମୀରାବାଇ ଚାନୁଙ୍କ ରୌପ୍ୟ ହୋଇପାରେ ସ୍ୱର୍ଣ୍ଣ

Mirabai Chanu

ନୂଆଦିଲ୍ଲୀ : ମୀରାବାଇ ଚାନୁଙ୍କ ରୌପ୍ୟ ପଦକ ହୋଇପାରେ ସ୍ୱର୍ଣ୍ଣ। ଏହାକୁ ନେଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ଭାରତର ୨୬ ବର୍ଷୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଶନିବାର ଟୋକିଓ ଅଲମ୍ପିକ୍‌ରେ ଭାରୋତ୍ତୋଳନରେ ଦେଶ ପାଇଁ ପ୍ରଥମ ରୌପ୍ୟ ପଦକ ଜିତି ‍ଇତିହାସ ରଚିଛନ୍ତି। ଟୋକିଓ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଫୋରମ୍‌ରେ ମହିଳା ୪୯ କିଲୋଗ୍ରାମ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ମୀରାବାଇ ଚାନୁ ପ୍ରତିଯୋଗିତାରେ ତାଙ୍କର ଚାରୋଟି ସଫଳ ପ୍ରୟାସରେ ମୋଟ ୨୦୨ କିଲୋଗ୍ରାମ ଉଠାଇଥିଲେ। ଏଥି ସହିତ ଚୀନ୍‌ର ହୋ ଜିହୁଇ ୨୧୦ କିଲୋଗ୍ରାମ ଉଠାଇ ସ୍ୱର୍ଣ୍ଣ ପଦକ ଜିତି ଏକ ନୂଆ ଅଲିମ୍ପିକ୍ ରେକର୍ଡ ତିଆରି କରିଛନ୍ତି। ସେହିପରି ଇଣ୍ଡୋନେସିଆର ୱିଣ୍ଡି କେଣ୍ଟିକା ଆୟେଶା ମୋଟ ୧୯୪ କିଲୋଗ୍ରାମ ଉଠେଇ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି।

Advertisment

ତେବେ ଏହା ଆଶ୍ଚର୍ଯ୍ୟର କଥା ଯେ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିବାର ଦୁଇ ଦିନ ପରେ ଖବର ଆସୁଛି ଯେ ଏହି ଭାରତୀୟ ଖେଳାଳିଙ୍କ ରୌପ୍ୟ ପଦକ ସ୍ୱର୍ଣ୍ଣରେ ପରିଣତ ହୋଇପାରେ। ଯଦି ଏପରି ହୁଏ ତେବେ ଏହା ଭାରତୀୟ ଖେଳାଳିଙ୍କ ପାଇଁ ସବୁଠାରୁ ବଡ ସଫଳତା ହେବ ବୋଲି ଆଶା କରାଯାଉଛି।

Advertisment

ନ୍ୟୁଜ୍ ଏଜେନ୍ସି ANIର ସୂଚନା ଅନୁଯାୟୀ ଚୀନ୍‌ର ଭାରୋତ୍ତୋଳନକାରୀ ହୋ ଜିହୁଇ ଡୋପିଂ ବିରୋଧୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରୀକ୍ଷା କରାଯିବେ ଏବଂ ଯଦି ସେ ଏହି ପରୀକ୍ଷାରେ ବିଫଳ ହୁଅନ୍ତି ତେବେ ଭାରତର ମୀରାବାଇ ଚାନୁଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ସୂଚନାନୁସାରେ, ଡୋପିଂ ଟେଷ୍ଟ ପାଇଁ ହୋ ଜିହୁଇଙ୍କୁ ଟୋକିଓରେ ରହିବାକୁ କୁହାଯାଇଛି।

ପ୍ରକାଶଥାଉ ଯେ ଅଲିମ୍ପିକ୍ସରେ ପ୍ରାୟ ୫,୦୦୦ ଆଥ୍‌ଲେଟ୍‌କୁ ଏକାଧିକ ପରୀକ୍ଷା କରାଯାଉଛି । ପ୍ରତିଯୋଗିତା ଭିତରେ ଏବଂ ବାହାରେ ନମୁନା ସଂଗ୍ରହ କରାଯାଉଛି। ଫଳରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ପଜିଟିଭ୍ ପରୀକ୍ଷଣ ସମ୍ଭାବନା ବହୁତ କମ୍ ରହିଛି। ତଥାପି, ଯଦି ହୋଙ୍କ ପରୀକ୍ଷଣ ପଜିଟିଭ୍ ବାହାରେ, ତେବେ ମୀରାବାଇ ଚାନୁ ଭାରତର ପ୍ରଥମ ମହିଳା ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ହେବେ।

Olympic Mirabai Chanu
Advertisment
Advertisment