• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶାରଜାହ: ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଆଇପିଏଲ୍ ୨୦୨୧ ରେ ନିଜର ୫୦୦ ରନ୍ ପୂରଣ କରିଛନ୍ତି । କ୍ରମାଗତ ଚତୁର୍ଥ ସିଜିନରେ ସେ ୫୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଏହା କରିପାରି ନାହାଁନ୍ତି । ଅର୍ଥାତ୍ ସେ ବୋଲରମାନଙ୍କ ଜବରଦସ୍ତ ଧୁଲେଇ କରିଛନ୍ତି । ହେଲେ ବଡ଼ କଥା ହେଉଛି ସେ ନିଜେ ଭଲ ଖେଳୁଥିଲେ ମଧ୍ୟ ତାଙ୍କ ଦଳକୁ ଏବେ ସୁଦ୍ଧା ଟାଇଟଲ୍ ଜିତାଇବାରେ ସକ୍ଷମ ହୋଇନାହାନ୍ତି ।

ରାହୁଲ ଏବେ କ୍ରିସ୍ ଗେଲଙ୍କୁ ପଛରେ ପକାଇଛନ୍ତି । ସେ ଲଗାତାର ୩ଟି ସିଜନରେ ୫୦୦ ରୁ ଅଧିକ ସ୍କୋର କରିଥିଲେ । ଗେଲ୍ ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ କି ଟି-୨୦ ରେ ୧୪ ହଜାରରୁ ଅଧିକ ରନ୍ କରିଛନ୍ତି । କିନ୍ତୁ ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଦିଗଜ୍ଜ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର ସର୍ବାଧିକ ୬ ଥର ଏହି ସଫଳତା ପାଇଛନ୍ତି । ପଞ୍ଜାବ ବିପକ୍ଷରେ ପ୍ରଥମେ ଖେଳୁଥିବା ଆରସିବି ୭ ୱିକେଟ୍‌ରେ ୧୬୪ ରନ୍ ସଂଗ୍ରହ କରିଛି ।

୨୦୧୮ ରୁ ୨୦୨୧ ପର୍ଯ୍ୟନ୍ତ କ୍ରମାଗତ ଭାବେ ୪ଟି ଆଇପିଏଲ୍‌ରେ କେ.ଏଲ୍ ରାହୁଲ ୫୦୦ରୁ ଅଧିକ ରନ୍ କରିଛନ୍ତି । ୨୦୧୮ରେ ସେ ୧୪ଟି ମ୍ୟାଚ ଖେଳି ମୋଟ ୬୫୯ ରନ୍ କରିଥିଲେ । ସେଥିରେ ୬ଟି ଆର୍ଦ୍ଧଶତକ ସାମିଲ ଥିଲା । ଷ୍ଟ୍ରାଇକ୍‌ ରେଟ୍‌ ୧୫୮ ରହିଥିଲା । ୨୦୧୯ରେ ୧୪ ଟି ମ୍ୟାଚ୍‌ ଖେଳି ସେ ୫୯୩ ରନ୍ କରିଥିଲେ । ଏଥିରେ ଗୋଟିଏ ଶତକ ଏବଂ ୬ଟି ଅର୍ଦ୍ଧଶତକ ସାମିଲ ରହିଛି । ସେହିଭଳି ୨୦୨୦ରେ ସେ ୧୪ଟି ମ୍ୟାଚ୍‌ ଖେଳି ୬୭୦ ରନ୍ କରିଥିଲେ । ସେଥିରେ ଗୋଟିଏ ଶତକ ୫ଟି ଅର୍ଦ୍ଧ ଶତକ ସାମିଲ ରହିଛି ।

ଆଇପିଏଲ୍ ୨୦୨୧ରେ କେ.ଏଲ୍ ରାହୁଲ ସର୍ବାଧିକ ରନ୍ କରିଥିବା ଖେଳାଳି । ସେ ଏବେ ସୁଦ୍ଧା ୫୨୮ ରନ୍ କରିସାରିଲେଣି । ଏଥିରେ ୫ଟି ଅର୍ଦ୍ଧଶତକ ସାମିଲ ରହିଛି । ରବିବାର ଆରସିବି ବିପକ୍ଷରେ ୩୫ ବଲରୁ ୩୯ ରନ କରି ସେ ଆଉଟ୍‌ ହୋଇଥିଲେ । ଏଥିରେ ତାଙ୍କର ୧ ଚୌକା ଓ ଦୁଇ ଛକା ସାମିଲ ଅଛି । ଏପର୍ଯ୍ୟନ୍ତ ମାତ୍ର ଦୁଇ ଜଣ ବ୍ୟାଟ୍ସମ୍ୟାନ୍ ୫୦୦ରୁ ଅଧିକ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । CSK ର ଓପନର୍ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଇକ୍ୱାଡ଼ ୫୦୮ ରନ୍ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି । କେ.ଏଲ୍ ରାହୁଲଙ୍କ ଆଇପିଏଲ୍ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଏପର୍ଯ୍ୟନ୍ତ ୩ ହଜାରରୁ ଅଧିକ ରନ୍ ସଂଗ୍ରହ କରିସାରିଛନ୍ତି । ଏବେ ସୁଦ୍ଧା ସେ ଦୁଇଟି ଶତକ ଏବଂ ୨୬ଟି ଅର୍ଦ୍ଧଶତକ କରିଛନ୍ତି । ଆଇପିଏଲରେ ତାଙ୍କର ୧୨୫ଟି ଛକା ମଧ୍ୟ ପୁରଣ ହୋଇଛି ।