Advertisment

ଅଲିମ୍ପିକ୍ସ ସେମି ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ

ଏହା ପୂର୍ବରୁ ୧୯୮୦ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା। ତେବେ ଏହା ପରଠାରୁ ଭାରତ ଥରେ ବି ସେମିକୁ ଉତ୍ତୀର୍ଣ୍ଣ ହୋଇପାରିନାହିଁ। ଅନ୍ୟପକ୍ଷରେ ଭାରତୀୟ ମହିଳା ଟିମ୍ ଆସନ୍ତାକାଲି କ୍ୱାର୍ଟର୍ ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ।

author-image
Chandan Shishu
ଅଦ୍ୟତନ ହୋଇଛି
ଅଲିମ୍ପିକ୍ସ ସେମି ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ

India Hockey Tema

ଟୋକିଓ: ଅଲିମ୍ପିକ୍ସ ସେମି ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ। ବ୍ରିଟେନ୍‌କୁ ହରାଇ ଅଲିମ୍ପିକ୍ସ ସେମିରେ ପ୍ରବେଶ କଲା ଭାରତ. କ୍ୱାର୍ଟରରେ ବ୍ରିଟେନ୍‌କୁ ୩-୧ ଗୋଲ୍‌ରେ ଭାରତ ହରାଇଛି। ୪୧ ବର୍ଷ ପରେ ଅଲିମ୍ପିକ୍ସ ସେମିରେ ଭାରତ ପ୍ରବେଶ କରିଛି। ଭାରତୀୟ ପୁରୁଷ ହକି ଟିମ୍  ମ୍ୟାଚ୍‌ର ଅଧା ସମୟ ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା। ଭାରତ ପକ୍ଷରୁ ଦିଲପ୍ରିତ ସିଂ ପ୍ରଥମ ଗୋଲ୍ ସ୍କୋର କରିଥିଲେ। ମ୍ୟାଚ୍‌ର ସେକେଣ୍ଡ କାର୍ଟରରେ ଗୁର୍ଜନ୍ତ ସିଂ ଦ୍ୱିତୀୟ ଗୋଲ୍ କରିଥିଲେ।ଏହାପରେ ବ୍ରିଟେନ୍ ପକ୍ଷରୁ ଆସିଥିଲା ଗୋଲ୍। ତେବେ ଚତୁର୍ଥ କ୍ୱାର୍ଟରରେ ଭାରତ ପାଇଁ ତୃତୀୟ ଗୋଲ ସ୍କୋର କରିଥିଲେ ହାର୍ଦ୍ଦିକ ସିଂ। 

Advertisment

ସେମିଫାଇନାଲରେ ଭାରତ ଶକ୍ତିଶାଳୀ ବେଲଜିୟମକୁ ଭେଟିବ। ଏହାପୂର୍ବରୁ ୧୯୭୨ରେ ମ୍ୟୁନିକ୍ ଅଲିମ୍ପିକ୍ସ ସେମିରେ ପାକିସ୍ତାନ ଠାରୁ ୦-୨ ଗୋଲରେ ହାରିଯାଇଥିଲା ଭାରତ। ଏହାପରେ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ୬ଟି ଟିମ୍ ଭାଗ ନେଇଥିବାରୁ ସେମିଫାଇନାଲ ଖେଳାଯାଇନଥିଲା। ୪୯ ବର୍ଷ ପରେ ଅଲିମ୍ପିକ୍ସ ସେମିରେ ପହଁଚିଛି ଭାରତୀୟ ପୁରୁଷ ହକି ଟିମ୍।

Advertisment

ଭାରତୀୟ ହକି ଟିମର ଏହି ବିଜୟ ପାଇଁ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ହକିର ଉଭୟ ପୁରୁଷ ଓ ମହିଳା ଟିମ୍‌ର ଓଡିଶା ଅଫିସିଆଲ୍ ସ୍ପନସର ରହିଛି। ତେବେ ଆଜି ବ୍ରିଟେନ ସହ ଟିମ୍ ଇଣ୍ଡିଆର ଖେଳ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଟିଭି ମାଧ୍ୟମରେ ମ୍ୟାଚ୍ ଉପଭୋଗ କରିବା ସହ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଥିଲେ। ଏହାସହ ଆଗାମୀ ମ୍ୟାଚ୍ ପାଇଁ ଭାରତୀୟ ପୁରୁଷ ହକି ଟିମକୁ ଶୁଭକାମନା ଜଣାଇଥିଲେ। ତେବେ ଏହା ପରଠାରୁ ଭାରତ ଥରେ ବି ସେମିକୁ ଉତ୍ତୀର୍ଣ୍ଣ ହୋଇପାରିନାହିଁ। ଅନ୍ୟପକ୍ଷରେ ଭାରତୀୟ ମହିଳା ଟିମ୍ ଆସନ୍ତାକାଲି କ୍ୱାର୍ଟର୍ ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। 

India News Indian Hockey Tokyo Olympic
Advertisment
Advertisment